ବାସୁଦେବପୁର ପଞ୍ଚାୟତରେ ମିଳିତ ଅଭିଯୋଗ ଶୁଣାଣୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ  ବାସୁଦେବପୁର  ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ପ୍ରଶାସନ ପକ୍ଷରୁ ସୋମବାର  ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ବିଡିଓ ଉମେଶ କୁମାର ସେଠୀ , ଗ୍ରାମ ପଞ୍ଚାୟତ ଅଧିକାରୀ ରୋଜାଲିନ୍ ଦଳାଇ , ସ୍ଥାନୀୟ ସରପଞ୍ଚ ଏମ୍. ଶ୍ଯାମଘନ , ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ , ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର  , ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ମଧୁସ୍ମିତା ପଣ୍ଡା ଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ସକାଳୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ହେତୁ ଅଭିଯୋଗ ଶୁଣାଣୀରେ ମାତ୍ର ୧୬ ଜଣ ନିଜର ଅଭିଯୋଗ ପତ୍ର ପ୍ରଶାସନ ନିକଟରେ ଦାଖଲ କରିଥିଲେ । ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ, ଡି.ସନାତନ ଦୋରା ଙ୍କ ସମେତ ୱାର୍ଡ ସଭ୍ୟ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ