ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଲେ ରିନା ପ୍ରଧାନ
ରାଇକିଆ(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସମିତି ର ବ୍ଲକ୍ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରିନା ପ୍ରଧାନ । ପୂର୍ବରୁ ସେ ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଅନାସ୍ଥା ଭୋଟ ରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ପଦବୀ ହରାଇବା ପରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ରୀନା ପ୍ରଧାନ ଗତ 2022 ପଞ୍ଚାୟତ ନିର୍ବାଚନ ରେ ଗୁମାମହା ପଞ୍ଚାୟତ ରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟ ରେ ବ୍ଲକ୍ ଉପାଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଗତ ସେପ୍ଟେମ୍ବର 26 ତାରିଖ ରେ ଅନୁଷ୍ଠିତ ଅନାସ୍ଥା ଭୋଟ ରେ ପ୍ରିତମ ପ୍ରଧାନ ପଦବୀ ହରାଇବା ପରେ ଜିଲ୍ଲାପାଳ ଙ୍କ ଆଦେଶ ପତ୍ର ପ୍ରକାରେ ବୁଧବାର ରୀନା ଏହି ଦାୟିତ୍ବ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ କାର୍ଯ୍ୟଳୟ ପରିସର ରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ବହୁ ସମର୍ଥକ ଙ୍କ ଉପସ୍ଥିତ ରେ ନୂତନ ଅଧ୍ୟକ୍ଷା କାର୍ଯ୍ୟଳୟ କୁ ପ୍ରବେଶ କରିଥିଲେ । ଏବିଡିଓ ଦିବ୍ୟସିଂହ କହଁର ସମେତ ବ୍ଲକ୍ କର୍ମଚାରୀ ବୃନ୍ଦ ସ୍ଵାଗତ କରିଥିଲେ ।