ବରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କଲେ ବ୍ଲକ ଶିକ୍ଷା ଅଧିକାରୀ
ହାଟଡିହି (ଓ୍ବାଇଏନଏସ): ବଞ୍ଚୋ ବରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ହୋଇଥିଲା। ଏଥିରେ ଅଭିଯୋଗର ସତ୍ୟତା ଥିବା ନେଇ ଏବିଇଓ ରିପୋର୍ଟ କରିଥିଲେ। ୨୦୨୪/୨୫ ବର୍ଷ ପାଇଁ ଭାଉଚର ଏବଂ ୨୦ ୨୦୨୦ /୨୧ ବର୍ଷରୁ ୨୦୨୪/୨୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ପ୍ରମାଣପତ୍ର ଦାଖଲ ନକରିବା, ଲଡୁ ବଣ୍ଟନ ନକରିବା, ଦାୟିତ୍ୱ ହସ୍ତାନ୍ତର କରିବା ପରଠାରୁ କୌଣସି ସରକାରୀ ରେକର୍ଡ ରଖାଯାଇନଥିବା, ଏମଡିଏମ୍ ରେଜିଷ୍ଟର, କ୍ୟାସ୍ ବୁକ୍ ଏବଂ ପାସ୍ ବହି ଭଳି ଜରୁରୀ ରେକର୍ଡ ଯାଞ୍ଚ ପାଇଁ ଦେଖାଇ ନ ପାରିବା, ପ୍ରି -ମାଟ୍ରିକ୍ ଛାତ୍ରବୃତ୍ତି ପାଇଁ ବରାଦ ହୋଇଥିବା ପାଣ୍ଠି ବଣ୍ଟନ ନକରିବା ଆଦି ଭାରପ୍ରାପ୍ତ ଏବିଇଓ ଙ୍କ ତଦନ୍ତବେଳେ ଏପରି ଅନିୟମିତତା ଦେଖିବାକୁ ମିଳିଥିଲା। ତେଣୁ ଏନେଇ କାହିଁକି ସମ୍ପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଙ୍କ ଚିଠି ନମ୍ବର ୩୫୮୩ ତା ୧୩/୧୦/୨୦୨୫ରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଛି। ୩ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦିଆ ଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ସ୍କୁଲ ପରିଚାଳନା କମିଟିର ସଭାପତି ଦିପ୍ତିମୟୀ ଖୁଣ୍ଟିଆ, ସଭ୍ୟା ପଦ୍ମାବତୀ ବରାଳ, ସ୍ଵପ୍ନାରାଣୀ ବରାଳ, ଜ୍ୟୋତ୍ସ୍ନା ରାଣୀ ବରାଳ, ସୁରେଖା ନାୟକ ପ୍ରମୁଖ ବିଦ୍ୟାଳୟରେ ଅନିୟସମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରାଇଥିଲେ।