ହାଟଡିହି ହାଇସ୍କଲର ୧୯୮୦ ବ୍ୟାଚ ଛାତ୍ରଛାତ୍ରୀଙ୍କ ଗୁରୁ ପୂଜନ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ହାଇସ୍କଲର ୧୯୮୦ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ ପବିତ୍ର ଗଡ଼ଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୫ ବର୍ଷ ପରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ। ସମସ୍ତେ ନିଜ ନିଜ କର୍ମମୟ ଜୀବନରେ ବ୍ୟସ୍ତ ଥିବାବେଳେ ଏବେ ଅବସର ପରେ ଏକତ୍ରିତ ହୋଇ ଖୁସି ମନାଇ ଥିଲେ। ଏହି ଅବସରରେ ହାଟଡିହି ହାଇସ୍କଲର ୧୯୮୦ ମସିହାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ମଧ୍ୟରୁ ନରେନ୍ଦ୍ର ନାଥ କର, ନରହରି ପାଢ଼ୀ, କେଶବ ଚନ୍ଦ୍ର ସାହୁଙ୍କୁ ପାଇ ସେମାନଙ୍କୁ ପୂଜାର୍ଚନା କରି ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଉପଦେଶ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଷୀରୋଦ ବ୍ରହ୍ମ, କମଳ ଲୋଚନ ବିଶ୍ୱାଳ, ତପୋଧାନ ସ୍ୱାଇଁ, ଧନେଶ୍ୱର ଖଣ୍ଡେଇ, ନିରଞ୍ଜନ ପାଢ଼ୀ, ସୁରେନ୍ଦ୍ର କୁମାର ସା, ଗୟାଧର ମଲ୍ଲିକ, ରାମକୃଷ୍ଣ ନାୟକ, ସରାଗ ବିଶ୍ୱାଳ, ଶତ୍ରୁଘ୍ନ ସାହୁ, ନବୀନ ଚନ୍ଦ୍ର ଦାସ, ବିଷ୍ଣୁ ମୋହନ କର, ହରିହର ଜେନା, ସନାତନ କର, ଖଗେଶ୍ୱର ଜେନା, ମନମୋହନ ଜେନା, ସୂର୍ଯ୍ୟମଣୀ ମହାନ୍ତି, ରବୀନ୍ଦ୍ର କୁମାର ଦାସ, ସୁରେନ୍ଦ୍ର କୁମାର ରାଉତ, ଅରୁଣ କୁମାର ଜେନା, ରମାକାନ୍ତ ସାହୁ, ସୁବାସିନୀ ରାଉତ, କୃପାସିନ୍ଧୁ ସ୍ୱାଇଁ, ବିଜୟ କୁମାର ଜେନା ପ୍ରମୁଖ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ହାଟଡିହି ହାଇସ୍କୁଲକୁ ଯାଇ ବର୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁରାତନ ସ୍ମୃତି ଚାରଣ କରିବା ସହିତ ଦିଗଦର୍ଶନ ଦେଇଥିଲେ।


