ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଫକିରାବାଦସ୍ଥିତ ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ରର ଶିଶୁ ମହୋତ୍ସବ ସୁରଭି-୨୦୨୫ ଉକ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସାମଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାଟରା ଚକଡା଼ ଗ୍ରାମ ପଞ୍ଚାୟତ ସରପଞ୍ଚ ମମତା ରାଉତ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପଞ୍ଚଶଖା ଶିକ୍ଷାସେତୁ ଅଧ୍ୟକ୍ଷ ହଳଧର ଦାସ, ସମ୍ମାନିତ ଅତିଥି ଭାବେ ଚାଟରା ଚକଡା଼ ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ କର, ଡେରାବିଶ ସହମଣ୍ଡଳ ଶିକ୍ଷାଧିକାରୀ ଖଗେଶ୍ୱର ନାୟକ ଓ ସଚ୍ଚିକାନ୍ତ ମିଶ୍ର ଯୋଗଦେଇ ସମସ୍ତ ପ୍ରତିଯୋଗୀମାନଙ୍କୁ ଅର୍ଶ୍ରିବଚନ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଏବଂ ପ୍ର୍ାକ୍ତନ ସି.ଆର.ସି.ସି. ରମେଶ ଚନ୍ଦ୍ର ପତି ମଧ୍ୟ ଉପସ୍ଥିତ ଥିଲେ। ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ନାୟକ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ସଂପୃକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଶେଷରେ ଶିକ୍ଷକ ଭକ୍ତ ଚରଣ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।


