ନିଖିଳ ଓଡିଶା ମେଟ୍ରୋନ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

କେନ୍ଦୁଝର(ଓ୍ବାଇଏନଏସ): ନିଖିଳ ଓଡିଶା  ମେଟ୍ରୋନ ମହାସଂଘ , କେନ୍ଦୁଝର ଶାଖା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ସ୍ମାରକପତ୍ର ଦିଆଯାଇଛି । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ହାଇସ୍କୁଲ,ଆଶ୍ରମ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ଅଧିନରେ ଥିବା ଛାତ୍ରାବାସରେ ଦୀର୍ଘ ବର୍ଷ ହେବ ସେମାନେ କମ ଦରମାରେ କାମ କରୁଛନ୍ତି । ସେମାନେ ମାତ୍ର ୧୫ ହଜାର ଟଙ୍କାରେ ଛାତ୍ରାବାସରେ ୨୪ ଘଣ୍ଟା ଧରି କାମ କରୁଛନ୍ତି । ଛାତ୍ରାବାସରେ ପିଲାମାନଙ୍କ ଦେହ ଖରାପ ହେଲେ ତାଙ୍କୁ ମେଡିକାଲ ନେବା ଏବଂ ସମସ୍ତ ଦାୟିତ୍ୱ ସୁଚାରୁରୂପେ ତୁଲାଉଥିଲେ ମଧ୍ୟ ଚିକିସôାଧିନ ଅବସ୍ଥାରେ କୌଣସି ପିଲାର ମୃତୁ୍ୟ ହେଲେ ସେମାନଙ୍କୁ ଅନ୍ୟାୟ ଭାବେ ଚାକିରୀରୁ ବହିଷ୍କାର କରାଯାଉଛି । ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ ମଧ୍ୟ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ କିମ୍ବା ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେହିପରି ବହୁ ବର୍ଷ ଧରି ମେଟ୍ରୋନ ମାନେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ । ବର୍ତ୍ତମାନ ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରୁଥିବାବେଳେ ହଷ୍ଟେଲରେ ୨୪ ଘଣ୍ଟା କାର୍ଯ୍ୟରତ ମେଟ୍ରୋନ ମାନଙ୍କ ଦୁଃଖ ବୁଝନ୍ତୁ ଓ ସେମାନଙ୍କ ଚାକିରୀର ସର୍ତ୍ତାବଳୀ ପ୍ରସ୍ତୁତ କରି ସମସ୍ତଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବୀ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ