ବିଦ୍ୟୁତ ଆଘାତରେ ଯୁବକ ମୃତ
କାକଟପୁର /ଅସ୍ତରଙ୍ଗ(ସୁଭାଶିଷ ଖଣ୍ଡୁଆଳ) :-ବିଦ୍ୟୁତ ଆଘାତରେ ଯୁବକ ଙ୍କ ଚାଲିଗଲା ଜୀବନ। ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ଝାଡ଼ଲିଙ୍ଗ ପଂଚାୟତ ବାହୁଡିହ ଗ୍ରାମର ସ୍ବାଧୀନ ନାୟକ ଙ୍କ ୨୨ବର୍ଷୀୟ ପୁଅ ସନ୍ଦୀପ ନାୟକ ଓରଫ ସୋନୁ ଗୁରୁବାର ପୂର୍ବାହ୍ନ ରେ ଏକ ଚାକୁଣ୍ଡା ଗଛରୁ ଡାଳ ଭାଙ୍ଗୁଥିବା ବେଳେ ଅସାବଧାନତା ହେତୁ ୧୧କେ. ଭି ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିବାର ଓ ପଡୋଶୀ ଆଣିଥିଲେ। କିନ୍ତୁ ଡାକ୍ତର ସନ୍ଧିପ (ସୋନୁ )ଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ଅସ୍ତରଙ୍ଗ ମେଡିକାଲ ରେ ପୋଲିସ ପହଂଚିବା ପରେ ପରିବାର ଲୋକଙ୍କ ଅଭିଯୋଗ କୁ ଭିତ୍ତିକରି ନୂଆଗଡ ସାମୁଦ୍ରିକ ଥାନା ରେ ଅପମୃତ୍ୟୁ ମାମଲା ୨/୨୫ ରେ ମାମଲା ରୁଜୁ କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପଠାଇଛନ୍ତି। ମୃତ ଯୁବକ ସନ୍ଧିପ ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।


