ଆର ଆଇ ପରୀକ୍ଷା ବିଭ୍ରାଟ : ଦୁର୍ବଳ ସଂସ୍ଥା ହାତରେ ପିଲାଙ୍କ ଭାଗ୍ୟ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଛି କି ଓଡିଶା ଅଧସ୍ତନ କର୍ମଚାରୀ ଆୟୋଗ ବା ଓଏସଏସଏସସି?ସରକାରୀ ଚାକିରୀ ଖଣ୍ଡିକ ପାଇଁ ବାରଦୁଆର ହେଉଥିବା ପିଲାଙ୍କ କ୍ୟାରିୟର ପ୍ରତି କାହିଁକି ଏତେ ଦାୟିତ୍ୱ ହୀନତା ?ପରୀକ୍ଷା ପରିଚାଳନା ପଛରେ ଚାଲିଛି କି ମହାଘୋଟଲା ? କାହିଁକି ବାରମ୍ବାର ସାମ୍ନାକୁ ସାଙ୍ଘାତିକ ଅବ୍ୟବସ୍ଥାର ଚିତ୍ର। ଗୁରୁବାର ପୁରୀ ଜିଲ୍ଲା କାକଟପୁର କଲେଜ ଛକ ନିକଟରେ ଥିବା ଏକ ଘରୋଇ ସଂସ୍ଥାର ପରୀକ୍ଷା ପରିଚାଳନା ରେ ବିଳମ୍ବ ହେତୁ ବିଭ୍ରାଟ ହୋଇଥିଲା। କାକଟପୁର ରେ ମା ମଙ୍ଗଳା ଆଇ ଟି ସି ନାମକ ଏକ ଘରୋଇ ସଂସ୍ଥାର ବିଲିଡିଂ ରେ କରାଯାଉଛି ପରୀକ୍ଷା। ଜନଗହଳି ପୂର୍ଣ୍ଣ ଭିତରେ ରହିଛି ଏହି ସେଣ୍ଟର। ଯାହାକୁ ନେଇ ଦୂରଦୁରାନ୍ତ ପରୀକ୍ଷାର୍ଥୀ ଅସନ୍ତୋଷ ଝାଡ଼ିଛନ୍ତି। ଗୁରୁବାର ଦିନ ମା ମଙ୍ଗଳା ଆଇ ଟି ସି ରେ ଆର ଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ। ଫଳରେ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିବା ସହ ୪୫ମିନିଟ ବିଳମ୍ବରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ। ତେବେ ମା ମଙ୍ଗଳା ଆଇ ଟି ସି ଅଧକ୍ଷ ଅଶୋକ ବରାଳ କହିଛନ୍ତି ସର୍ଭର ଡାଉନ ପାଇଁ ଏଭକି ସମସ୍ୟା ଉପୁଜିଛି। ପରେ ସର୍ଭର ସମସ୍ୟା ଦୂର ହେବା ପରେ ପରିକ୍ଷା କେନ୍ଦ୍ରକୁ ୩ଟି ସିଟିଂ ରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ଅନ୍ୟ ପଟେ ସ୍ଥାନୀୟ ଅଞ୍ଚଳର ଅଭିଭାବକ ଛବିଳ କାଣ୍ଡି କହିଛନ୍ତି ପରୀକ୍ଷା ଆୟୋଜନର ମାନଦଣ୍ଡ ପୂରଣ କରୁନଥିବା ସଂସ୍ଥାକୁ ସରକାରୀ ପରୀକ୍ଷା ଆୟୋଜନ ଦାୟିତ୍ୱ ଦିଆଯାଇଛି  କାହିଁକି? ଏହା ଏକ ସୁବ୍ୟବସ୍ଥିତ ସ୍କାମ ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଏହି ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଦାବୀ କରିଛନ୍ତି ଅଭିଭାବକ ଛବିଳ କାଣ୍ଡି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ