ବନ୍ତରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ସରକାର ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ନିଷ୍ଠା ରହିଲେ ଚାଷୀ ମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି କହିଥିଲେ । ବ୍ଲକ୍ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡ. ଅନୁଶ୍ରୀ ମିଶ୍ରଙ୍କ ମଞ୍ଚ ସଂଯୋଜନାରେ ଅନୁୁଷ୍ଠିତ ମେଳାରେ ମୁଖ୍ୟ ବକ୍ତା ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଓ ଋଣ ଛାଡ ସମ୍ପର୍କରେ କହିବା ସହିତ ଏଥିରୁ ସୁବିଧା ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ.ହୃଷିକେଷ ବେହେରା, ଜିଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ଜିଲା ମସ୍ୟ ଅଧିକାରୀ ଅମର କୁମାର ସାହୁ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି ପ୍ରମୁଖ ଯୋଗଦେଇ ଚାଷୀ ମାନେ ସମସ୍ତ ବିଷୟରେ ଜାଣିବା, କାର୍ଯ୍ୟ କ୍ଷେତ୍ରରେ ଲଗାଇବା ଓ ଆଗକୁ ବଢିବା ସହ ଆତ୍ମ ନିର୍ଭରଶୀଳ ହୋଇ ପାରିଲେ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ସଫଳ ଚାଷୀ ସସ୍ମିତା ଦାସ, ଉଦୟନାଥ କର, କୁକୁଡା ଚାଷୀ ରଶ୍ମିବାଳା ଦାସ, ମାଛ ଚାଷୀ ଧରଣୀଧର ସାମଲ, ମାନସୀ ସାହୁ, ବିବେକାନନ୍ଦ ଜେନା, ମା ପଶ୍ଚିମା ଓ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ ପ୍ରଦର୍ଶନ ଷ୍ଟଲ୍ ଗୁଡିକୁ ବୁଲି ଦେଖିôଥିଲେ । ଶେଷରେ ବ୍ଲକ୍ ସହକାରୀ ମତ୍ସ୍ୟ ଅଧିକାରୀ ଗୀତାଞ୍ଜଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ବ୍ଲକର ୨୫ ପଞ୍ଚାୟତରୁ ୫୨୦ ଜଣ ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବୈଜ୍ଞାନିକ ଓ ଚାଷୀ ମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା । ପରିଶେଷର କଳାକାର ସଂଘ ମାନଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟକ୍ରମକୁ ଲୋକ ମାନଙ୍କ ଠାରେ ପହଞ୍ଚା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ବୈଜ୍ଞାନିକ ଭାବେ ଅବସରପ୍ରାପ୍ତ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସକ ଡା.ଭବାନୀ ପ୍ରସାଦ ମହାକୁଡ, ଡା.ସୁଶୀଲ କୁମାର ଧଳ, ଡା.ସୁଜିତ୍ କୁମାର ଭୂୟାଁ, ଡା.ଜ୍ୟୋତି ରଞ୍ଜନ ମିଶ୍ର ଯୋଗ ଦେଇ ଚାଷୀ ମାନଙ୍କୁ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଯୋଗମାୟା ସିଂହଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାରେ ବ୍ଲକ୍ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ.ମୋନାଲିସା ପ୍ରଧାନ, ଆଗରପଡା ପ୍ରାଣୀ ଚିକିତ୍ସାଧିକାରୀ ଡ.ଲିଜାରାଣୀ ପାଢୀ, ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ, କୃଷ୍ଣ ଚନ୍ଦ୍ର ଲେଙ୍କା, କାହ୍ନୁ ଚରଣ ମିଶ୍ର, ସୋମନାଥ ନାୟକ, ସଞ୍ଜୟ କୁମାର ଜେନା, ରାଜେଶ ବିଶ୍ୱାଳ, ଶଶିକାନ୍ତ ନାୟକଙ୍କ ସମେତ ସମସ୍ତ ଗୋମିତ୍ର, ପ୍ରାଣୀମିତ୍ର, ଓ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ