୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ

କଟକ(ଓ୍ବାଇଏନଏସ): ୨୦୨୬ ମସିହା ମାଟ୍ରିକ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ଫର୍ମଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ ପାଇଁ ବୋର୍ଡ ବିଜ୍ଞପ୍ତି ପ୍ରକାଶ କରିଛି ।ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ବିଦ୍ୟାଳୟରେ ପଢ଼ୁଥିବା ନିମ୍ନୋକ୍ତ କ, ଖ କାଟାଗୋରୀ ଛାତ୍ରଛାତ୍ରୀଙ୍କର ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱରା କରାଯିବ । ଗ ଓ ଘ, କାଟାଗୋରୀ ଛାତ୍ର ଛାତ୍ରୀଙ୍କର ଫର୍ମ ପୂରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପ-ସମ୍ପାଦକଙ୍କ ଦ୍ୱାରା ଅଫଲାଇନ ମାଧ୍ୟମରେ କରାଯିବ । ତେବେ ଫର୍ମ ପୂରଣ ପାଇଁ ଧର୍ଯ୍ୟ ତାରିଖ ଓ ସମୟ ମଧ୍ୟ ନିର୍ଦ୍ଧାରିତ କରିଛି ବୋର୍ଡ । ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୨୨ ତାରିଖ ରାତ୍ର ୧୧ ଟା ୪୫ ପର୍ଯ୍ୟନ୍ତ ଚାଲିବ ଫର୍ମ ପୂରଣ । ଫର୍ମ ପୂରଣ ପାଇଁ ସମସ୍ତ ତଥ୍ୟ ବୋର୍ଡ ୱେବ ସାଇଟରୁ ଜାଣି ପାରିବେ । www.bseodidha.ac.in ରେ ସମସ୍ତ ତଥ୍ୟ ଉପଲବ୍ଧ ଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୌଣସି ଅସୁବିଧା କିମ୍ବା ଶେଷ ମୁହୂର୍ତ୍ତର ସମସ୍ୟାକୁ ଏଡାଇବା ପାଇଁ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମୟସୂଚୀ ଏବଂ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ବିଏସଇ ଓଡ଼ିଶାର ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବିଜ୍ଞପ୍ତି, ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାଜ୍ୟ ସାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପ୍ରସ୍ତୁତି ପ୍ରକ୍ରିୟାର ଆରମ୍ଭ । ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ପ୍ରଦାନ କରାଯିବ ଧନ୍ଦାମୂଳକ ଶିକ୍ଷା । ଯାହା ପିଲାମାନେ ନିଜ ନିଜର ବିଭିନ୍ନ କ୍ଷେତ୍ରକୁ ଜାଣିପାରିବେ । ଜାତୀୟ ଶିକ୍ଷା ନୀତି ଷ୍ଟିୟରିଂ କମିଟି ଏହାକୁ ପିଲମାନଙ୍କ ଭିତରେ ସୃଜନଶୀଳତା ସୃଷ୍ଟି କରିବାର ମାଧ୍ୟମ ବୋଲି ବିବେଚନା କରିଥିବା ବେଳେ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ଓ ଶିକ୍ଷାବିତ । ଓଡ଼ିଶାରେ ଅନେକ ସ୍କୁଲରେ ଶିକ୍ଷାର ଭିତ୍ତିଭୂମିରେ ସୁଧାର ଆସିନି । ପିଲାମାନଙ୍କୁ କେଉଁ ଉପକରଣ ଯୋଗାଇ ଧନ୍ଦାମୂଳକ ଶିକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ