ନିର୍ମାଣ କାର୍ଯ୍ୟ ନିମ୍ନମାନର: ଲାତୁରଗଡ଼ ଗ୍ରାମର ଡ଼ିଲଡ଼ିଲଡ଼ା ବନ୍ଧ ଭାଙ୍ଗି ବ୍ୟାପକ ଧାନ ଫସଲ କ୍ଷତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):   ନିର୍ମାଣ କାର୍ଯ୍ୟକୁ ନିମ୍ନମାନର କରାଯିବା ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଥିବା ଲାତୁରଗଡ଼ ଗ୍ରାମର ଡ଼ିଲଡ଼ିଲଡ଼ା ବନ୍ଧ ଭାଙ୍ଗି ବ୍ୟାପକ ଧାନ ଫସଲ କ୍ଷତି ହୋଇଥିବା ନେଇ ସୂଚନା ମିଳିଛି.  ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତ ଅଧିନସ୍ଥ ଲାତୁରଗଡ଼ ଗ୍ରାମର ଡ଼ିଲଡ଼ିଲଡ଼ା ବନ୍ଧ ଗୁରୁବାର ରାତି ୧୦ଟା ସମୟରେ ଭାଙ୍ଗି ଯାଇଥିଲା।ଯାହାଫଳରେ ବନ୍ଧକୁ ଲାଗି ରହିଥିବା ଧାନ ବିଲ ଉପରେ ମାଟି,ପଥର ଓ ଗଛ ଭାସିଯାଇ ୭ ରୁ ୯ ଏକର ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଯେ ଉଖୁରା ପଞ୍ଚାୟତ ତରଫରୁ ମନରେଗା ଯୋଜନାର ଅମୃତ ସରବର ମାଧ୍ୟମରେ ୨୦୨୨/୨୩ ବର୍ଷ ଉକ୍ତ ପୋଖରୀ ନିର୍ମାଣ କାର୍ଯ୍ୟ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କେବଳ ପାଚେରୀ ନିର୍ମାଣରେ ଖର୍ଚ୍ଚ କରାଯାଇଛି କିନ୍ତୁ ଉକ୍ତ ବନ୍ଧରେ ବର୍ଷ ସାରା ପାଣି ଜମି ରହୁଥିବା ଜାଣିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ବନ୍ଧ ଚାରିପଟେ ପଥର ବାଡ଼ କରିବାକୁ ଭୁଲି ଯାଇଥିଲେ ଯାହାଫଳରେ ଆଜି ଚାଷୀଙ୍କ ବର୍ଷ ସାରା ପରିଶ୍ରମର ଅମଳ ସମୟରେ ଧାନ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ଜିସି ଗମାଙ୍ଗ,ଖିଲିଓ ଗମାଙ୍ଗ,ଏଲିଆଖିଲ ଗମାଙ୍ଗ,ଯୋଶୀୟ ରଇତ,ଆସି ଭୂୟାଁ ଓ ବିନିୟ ରଇତ।ଏନେଇ ଘଟଣା ସ୍ଥଳରେ କୃଷି ଅଧିକାରୀ ନାରାୟଣ ଚାନ୍ଦଙ୍କ ସମେତ ଗୁମ୍ମା ରାଜସ୍ୱ ନିରୀକ୍ଷକ ଶ୍ରୀ ଲତା ପହଞ୍ଚି କ୍ଷୟକ୍ଷତି ଆକଳନ କରାଯାଇ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ