ନୂଆଗାଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ନୂଆଗାଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ବାବା ସାହେବ ଆମ୍ବେଦକର କଲେଜ ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ମୁଖ୍ୟ ଅତିଥି ଭାବେ ମହୋନା ବିଧାୟକ ଦାଶରଥି ଗମାଙ୍ଗ,ମୁଖ୍ୟ ବକ୍ତା ଭାବେ ପ୍ରାଣୀ ଚିକିତ୍ସାଳୟ ନିର୍ଦେଶକ ବିଦ୍ୟୁତ ଶେଖର ମିଶ୍ର ଓ ଜିଲ୍ଲା ମସ୍ୟ ଅଧିକାରୀ ନିରୋଦ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତ ପ୍ରମୁଖ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଶୁଭାରମ୍ବ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା । କେଉଁ କେଉଁ ହିତାଧିକାରୀ ସରକାରଙ୍କ ଯୋଜନା ପାଇ ସ୍ୱାଭଲମ୍ବୀ ହେଇ ପାରିଛନ୍ତି ଚାଷୀ ମାନଙ୍କୁ ସଚେତନ କରାଇଥିଲେ। ଏଥିସହ ବ୍ଲକର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ବିଭିନ୍ନ ଚାଷକରି ସ୍ୱାଭଲମ୍ବୀ ହୋଇଥିବା ୮ଜଣ ଚାଷୀଙ୍କୁ ମାନପତ୍ର ଏବଂ ଉପଢଙ୍କନ ଦେଇ ସମ୍ମାନିତ କରାଯିବା ସହ ନୂତନ ୮ ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ, ଏବଂ ବୀମା ଯୋଜନାରେ ଗାଈ ଗରୁ ମୃତ୍ୟୁ ହୋଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅର୍ଥ ରାଶି ଦେଇଥିଲେ। କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ପ୍ରସନ୍ନ କୁମାର ଦାସ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଓ ରୋଗ ନିୟତ୍ରଣ ଅଧିକାରୀ ଡଃ. ଶ୍ରୀକାନ୍ତ ଖଡୁଆ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ସୁଦିପ ପାଣିଗ୍ରାହୀ, ପ୍ରାଣୀ ଚିକିତ୍ସକ ଡଃ. ସରିତା ରାଣୀ ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ ନୂଆଗାଡ଼ ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ତପସ୍ୱିନୀ ନାୟକ ଆୟୋଜକ, ସହକାରୀ ମତ୍ସ୍ୟ ଅଧିକାରୀ ଡଃ ମୃତ୍ୟୁଞ୍ଜୟ ସାବତ ସହ ଆୟୋଜକ କାର୍ଯ୍ୟ କରିଥିଲେ।


