ଜାତୀୟ ଆଇନ ସେବା ଦିବସ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତାଲୁକା ଆଇନ ସେବା କମିଟି ପକ୍ଷରୁ ରବିବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଆଇନ ସହାୟତା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ରୀନା ପ୍ରଧାନ, ଓକିଲ ସଂଘର ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁ, ପୂର୍ବତନ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ, ସିଆରସିସି ସୁବ୍ରତ କୁମାର ପଣ୍ଡା, ସାଧନା ମହିଳା ସଂଘର ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ ଦୋରା, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ସମାଜର ବିଭିନ୍ନ ସ୍ତରର ଲୋକଙ୍କ ପାଇଁ ରହିଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ ରୋଜି ପ୍ରଧାନ, ବିଦେଶିନୀ ବିଷୋୟୀ, ସରିତା ପ୍ରଧାନ, ଶିକ୍ଷୟିତ୍ରୀ ମୌସୁମୀ ମହାରଣା, ଶିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭିମନ୍ୟୁ ସିଂ, ବିଚାର ବିଭାଗୀୟ କର୍ମଚାରୀ ବିକ୍ରମ ବେହେରା, କାଳିଆ ନାଇକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


