ସାଇବର ସୁରକ୍ଷା ନେଇ କାଶୀନଗର ପୋଲିସର ଜନସଚେତନ ଯାତ୍ରା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା):  ସରକାର ସାଇବର ଠକେଇକୁ ରୋକିବାକୁ ଯେତେ  ଚେଷ୍ଟା କଲେ ସୁଧା ଅପରାଧୀ ମାନେ ବିଭିନ୍ନ ତରିକା ପ୍ରୟୋଗ କରି କୋଟି କୋଟି ଟଙ୍କା  ଲୁଟୁଛନ୍ତି. ଏନେଇ ସଚେତନ  ସୃଷ୍ଟି ନିମନ୍ତେ  ଗଜପତି  ଆରକ୍ଷୀ  ଅଧିକ୍ଷକ ଜିତେନ୍ଦ୍ର ପଣ୍ଡା ଆଦେଶକ୍ରମେ କାଶୀନଗର ପୋଲିସ ତରଫରୁ ସ୍ଥାନୀୟ ଫୋରେଷ୍ଟ ଛକ ଠାରୁ  ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ  ହୋଇଯାଇଛି | ପୋଲିସ  ଅଧିକାରୀ ସୁନୀଲ ବେହେରାଙ୍କ ନେତୃତ୍ୱରେ ପୋଲିସ,ଏନସିସି  କ୍ୟାଡଟ, ଗୃହରଖୀ  ଏନଏସଏସ ଓ  କଲେଜ ଛାତ୍ର ଛାତ୍ରୀ,ଏମବିକେ ମାଆମାନେ  ବିଭିନ୍ନ ସ୍ଲୋଗାନ  କରି ଲୋକମାନଙ୍କୁ ସଚେତନ  ବାର୍ତା  ବାଣ୍ଟିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ