ମରମ ଓ ବାଲି ଚୋରା ଚାଲାଣ ବେଳେ ୭ଗାଡିକୁ ଧରିଲେ ତହସିଲଦାର ଓ ପୁଲିସ
ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲା ରେ ଖଣିଜ ପଦାର୍ଥ ଗୁଡିକ ଚୋରଚାଲାଣ ହେଉଥିବା ନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା । ବାଲି,ମରମ ଆଦି ଖଣିଜ ପଦାର୍ଥ ଗୁଡିକ ଚୋରା ଚାଲାଣ ରୋକିବା ସହ ଜୋରଦାର ଚଢାଉ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପେକ୍ଷିରେ ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁର ରେଳ ଫାଟକ ଦେଇ କିଛି ଗାଡିରେ ମରମ ଓ ବାଲି ଚୋରାଚାଲାଣ ହେଉଥିବାର ଖବର ପାଇଁ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତିଙ୍କ ନେତୃତ୍ୱରେ ଚମାଖଣ୍ଡି ପୁଲିସ ଅଚାନକ ଚଢାଉ କରିଥିଲା । ୬ଟି ମରମ ଗାଡି ଓ ଗୋଟିଏ ବାଲି ଗାଡି ଜବତ କରିଥିଲା ପୁଲିସ । ଯାଂଚ ବେଳେ ଗାଡି ଚାଳକ ଯେଉଁ ଫର୍ମ ଦେଖାଇଥିଲେ ତାହା ତାରିଖ ଇନଭେଲିଡ୍ ରହିଥିବା ଚମାଖଣ୍ଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଜବତ ଗାଡି ସବୁ ଛତ୍ରପୁର ତହସିଲାଦାରଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ଅଟକ ରଖାଯାଇଛି । କୈାଣସି ମାମଲା ରୁଜୁ ହୋଇନଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏହି ସବୁ କେଉଁଠୁ ଆସୁଥିଲା କେଉଁ ସ୍ଥାନକୁ ଯାଉଥିଲା ତାହାର ତଦନ୍ତ ହେବା ଆବଶ୍ୟକ ।


