ପଣ୍ଡିତ ରଘୁନାଥ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡିଶାରେ ବେଶ ପରିଚିତ ଗୁରୁ ତଥା ପଣ୍ଡିତ ରଘୁନାଥ ପାତ୍ର ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ ହେଲେ. ଭୁବନେଶ୍ୱର ଜୟଦେବ ଭବନ ଠାରେ ଆଶାବରୀ ସାଂସ୍କୃତିକ ସମାଜର ବାର୍ଷିକ ଉତ୍ସବ ଅବସରରେ ପଣ୍ଡିତ ରଘୁନାଥ ପାତ୍ରଙ୍କୁ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ଅଧକ୍ଷ ଡ଼. ଶୀତି କଣ୍ଠ ଦାସ, ସଂମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଇ. ପ୍ରଦେଶ ରଞ୍ଜନ ଦାସ, ଅନ୍ୟତମ ଅତିଥି ଭାବେ ଇ. ପ୍ରବୀର କୁମାର ଦାସ, ଡ଼. ଅରୁଣ କୁମାର ମହାପାତ୍ର, ଅନୁଷ୍ଠାନର ସମ୍ପାଦିକା ସ୍ପନ୍ଦାନିକା ପଟ୍ଟନାୟକ, ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଓ ଗୁରୁ ରଘୁନାଥଙ୍କୁ ସୂର୍ଯ୍ୟମଣୀ ସ୍ମୃତି ସମ୍ମାନରେ ସମ୍ମାନୀତ କରିବା ସହ ପଣ୍ଡିତ ଓ ଗୁରୁ ରଘୁନାଥ ପାତ୍ରଙ୍କ ଓଡିଶୀ ସଙ୍ଗୀତ ପ୍ରତି ଅବଦାନର ଭୂୟଂସୀ ପ୍ରଂଶସା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ