ୟୁରୋ ସ୍କୁଲ ପକ୍ଷରୁ ଶିଶୁ ଦିବସ ନିଆରା ଢ଼ଙ୍ଗରେ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସହରରେ ଅବସ୍ଥାପିତ ୟୁରୋ ସ୍କୁଲ ପକ୍ଷରୁ ଶିଶୁ ଦିବସକୁ ନିଆରା ଢ଼ଙ୍ଗରେ ପାଳିତ କରାଯାଇଛି । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଓ ଭୌତିକ ଶିକ୍ଷାର ବିକାଶ କ୍ଷେତ୍ରରେ ସ୍କୁଲ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ‘ଫନ୍ ଫେୟର’ ତଥା ମଜା ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଓ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ମଧ୍ୟ ସାମିଲ ହୋଇ ଆଜି ଦିନର କାର୍ଯ୍ୟକ୍ରମକୁ ଏକ ଅଭୁଲା ତଥା ସ୍ମୃତିର ଦିନ ଭାବେ ଅନୁଭବ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିମନ୍ତେ ମନୋରଞ୍ଜନ ଖେଳ, ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ୍‌, ସାଂସ୍କୃିତକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବେଶ୍ ଉପଭୋଗ କରିଛନ୍ତି । ପ୍ରାରମ୍ଭରେ ସ୍କୁଲର ପ୍ରିନ୍ସପାଲ ତପସ୍ପିନୀ ସାହୁ, ଏକାଡେମୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମିଶ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ