ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ବୁଲୁଛି ବିଏଚ ନମ୍ବର ଗାଡି ଜାଲିଆତି
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ବଦଳି ହେଲେ ନିଜ ଗାଡି ନମ୍ବର ବଦଳାଇବାକୁ ପଡ଼ିବନି କି ଏନଓସି ନେବାକୁ ପଡିବ ନାହିଁ। ଗାଡିର କାଗଜ ପତ୍ରକୁ ନେଇ କୌଣସି ଝିନଝଟ ରହିବ ନାହିଁ। ଏଭଳି ସୁବିଧା ଶହ ୨୦୨୧ମସିହାରୁ ସର୍ବ ଭାରତୀୟ ସ୍ତରରେ ଆରମ୍ଭ ହୋଇଥିଲା “ବିଏଚ “ନମ୍ବର। ଏହି ନମ୍ବର ପ୍ଲେଟ ପାଇଗଲେ ଯେ କୌଣସି ରାଜ୍ୟକୁ ଗଲେ ଗାଡି ମାଲିକଙ୍କୁ ଆଉ କାଗଜ ପତ୍ର ପାଇଁ କିଛି ବି ସମସ୍ୟା ରହିବ ନାହିଁ। କିନ୍ତୁ ଏବେ ଏହି ‘ବିଏଚ ‘ନମ୍ବର ଦେବାରେ ରାଜ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିବା ବେଳେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳ ସମେତ ପୀରଜାହାନିଆ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସୁଥିବା ଅନେକ ‘ବିଏଚ “ନମ୍ବର ପ୍ଲେଟ ଗାଡି ମାଳ ମାଳ ବୁଲୁଥିବା ଦେଖିବାକୁ ମିଳୁଛି। ଏହି ନମ୍ବର ପ୍ଲେଟ ହାସଲ ପାଇଁ ଜାଲ ଡକ୍ୟୁମେଣ୍ଟର ସହାୟତା ନିଆଯାଉଛି। ଜାଲିଆତି ଡକ୍ୟୁମେଣ୍ଟ ଆଧାର ରେ ଏହି ନମ୍ବର ପ୍ଲେଟ ବିଭିନ୍ନ ଗାଡି ମାଲିକଙ୍କୁ ଦିଆଯାଇଛି। ଏଭଳି ଜାଲିଆତି ଗାଡି ଡିଲର ଓ ଆରଟିଓ କାର୍ଯ୍ୟାଳୟର କିଛି କର୍ମଚାରୀ ସଲାସୁତୁରା ରେ ଚାଲିଥିବା ଅଭିଯୋଗ ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ କାକଟପୁର ଓ ଅସ୍ତରଙ୍ଗ ଅଂଚଳରେ ଏ ଦିଗରେ ଅଚାନକ ଯାଞ୍ଚ ହୋଇନି କି, ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।କିନ୍ତୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ )ନିଦ ଭାଙ୍ଗିଛି। ମୁଖ୍ୟମନ୍ତ୍ରୀ ଙ୍କ ଶୁଣାଣିରେ ପୋର୍ଟାଲ ରେ ଅଭିଯୋଗ ହେବା ପରେ ଏସଟିଏ ଏହାକୁ ଗୁରୁତ୍ୱର ଶହ ନେଇଛି ବୋଲି ଚର୍ଚ୍ଚା। ନିୟମ ଅନୁସାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ବିଭିନ୍ନ ପ୍ରଶାସନିକ ଅଧିକାରୀ, ସେନା କର୍ମଚାରୀ, ଘରୋଇ କାର୍ଯ୍ୟାଳୟ କର୍ମଚାରୀ ଆଦିଙ୍କ ପାଇଁ ଏହି “ବିଏଚ”ନମ୍ବର ପ୍ଲେଟ ବ୍ୟବସ୍ଥା ଲାଗୁ ହୋଇଥିଲା। ଏହି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଉପରୋକ୍ତ କର୍ମଚାରୀ ମାନେ ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ହୋଇଗଲେ ଗାଡି କାଗଜ ପତ୍ର ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାରଣ ଗାଡି କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନେଲେ ଯେଉଁ ରାଜ୍ୟ ଆରଟିଓ ନିକଟରେ ଗାଡିଟି ପଞ୍ଜିକରଣ କରାଯାଇଥିବ ସେଠାରୁ ପ୍ରଥମେ ଏନଓସି ନେବାକୁ ପଡିବ। ଏନଓସି ନେବା ପରେ ବଦଳି ହୋଇଥିବା ରାଜ୍ୟରେ ଗାଡି ଚଳାଚଳ ପାଇଁ ପୁନର୍ବାର ଏନଓସି ନିମନ୍ତେ ଆବେଦନ କରିବାକୁ ପଡିବ। ସେଠାରେ ଏନଓସି ଓ ଏକ ନୂଆ ନମ୍ବର ମିଳିବା ପରେ ଉକ୍ତ ରାଜ୍ୟରେ ଗାଡି ଚଳାଇ ପାରିବ। କିନ୍ତୁ “ଅନେକ ବିଏଚ “ନମ୍ବର ଥିବା ଗାଡି ନିୟମ ଉଲ୍ଲଘଂନ କରି ଗାଡି ଷ୍ଟାଣ୍ଡ ମାନଙ୍କ ରେ ଏହାକୁ ବ୍ୟବସାୟର ପରିଣତ କରିଛନ୍ତି। ସମ୍ପୂର୍ଣ୍ଣ ଭାବରେ ସରକାରୀ ଗାଇଡି ଲାଇନି ଉଲ୍ଲଘଂନ କରି ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଅନେକ ଗାଡ଼ି”ବିଏଚ” ନମ୍ବର ଲଗାଇ ଭଡା ସୂତ୍ରରେ ଲଗାଇଛନ୍ତି।
କିନ୍ତୁ କର୍ମଚାରୀ ଙ୍କ ପାଇଁ ଏତେ ସବୁ ସମସ୍ୟା ରୁ ମୁକ୍ତି ପାଇଁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ୨୦୨୧ଅଗଷ୍ଟରେ “ବିଏଚ “ନମ୍ବର ପ୍ଲେଟ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ନିୟମ ଥିଲା ଯେ, ବିଏଚ ନମ୍ବର ପାଇଁ ଆବେଦନକାରୀ ମାନେ ନିଜ ପରିଚୟ ପତ୍ର ଏବଂ ଫର୍ମ -୬୦ବା ଯେଉଁ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି ତାହାର ଏକ ସାର୍ଟିଫିକେଟ ପ୍ରଦାନ କରିବେ। ବିଏଚ ନମ୍ବର ଦ୍ୱାରା ଗାଡି କ୍ରେତା ଙ୍କୁ ଆଉ ଏକ ବଡ଼ ଲାଭ ମଧ୍ୟ ମିଳିଥାଏ। ଯଦି କେହି ଓଡିଶା ନମ୍ବରରେ ଗାଡି କିଣୁଛନ୍ତି ତା ହେଲେ ତାଙ୍କୁ ଗାଡିର ସମସ୍ତ ଟ୍ୟାକ୍ସ ଏକ କାଳୀନ ପରିଶୋଧ କରିବାକୁ ପଡିଥାଏ। କିନ୍ତୁ” ବିଏଚ “ନମ୍ବରରେ ଏହି ଟିକସକୁ ପ୍ରତି ୨ ବର୍ଷରେ କିସ୍ତି ଆକାରରେ ଦେବା ପାଇଁ ନିୟମ କରାଯାଇଛି। ଅର୍ଥାତ ଗାଡି କିଣିବା ବେଳେ ମାତ୍ର ୧୫ରୁ ୨୦ହଜାର ଟଙ୍କା ଟିକସ ଦେଇଦେଲେ ଜଣେ ବ୍ୟକ୍ତି ଗାଡି ପାଇଯିବେ। ଏଭଳି ଅନେକ ସୁବିଧା ପାଇଁ ଏବେ “ବିଏଚ “ନମ୍ବର ହାତେଇବାକୁ ବ୍ୟାପକ ଜାଲିଆତି କରାଯାଉଛି। ଆଧାର କାର୍ଡ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ସଂସ୍ଥା ପରିଚୟ ପତ୍ର ଆଦି ସବୁ ଜାଲ କରି ଦାଖଲ କରାଯାଉଛି। ଏଥିରେ ଉଭୟ ଆରଟିଓ କର୍ମଚାରୀ ଓ ଗାଡି ଡିଲର ଙ୍କ ସମ୍ପୂକ୍ତି ଥିବା ଅଭିଯୋଗ ହେଉଥିବା ବେଳେ ନିୟମ କୁ ଖୁଲମ ଖୁଲ୍ଲା ଉଲ୍ଲଘଂନ କରି ଅସ୍ତରଙ୍ଗ ଅଞ୍ଚଳ ରେ “ବିଏଚ “ନମ୍ବର ଗାଡି ସରକାର ଙ୍କ ଉଦେଶ୍ୟ କୁ ଭଙ୍ଗ କରି ଭଡାସୂତ୍ର ରେ ଲାଗିଛି।ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ନିୟମ ଉଲ୍ଲଘଂନ ଶହ ଟିକସ ଫାଙ୍କୁଥିବା, ଜାଲିଆତି କାଗଜ ପତ୍ର ନମ୍ବର ଥିବା ଗାଡି ସଠିକ ଯାଞ୍ଚ କରାଯାଉ।


