ବ୍ଳକସ୍ତରୀୟ ମତ୍ସ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ

ନାଉଗାଁ,(ଓ୍ବାଇଏନଏସ): ୠ୍ରାମାଚଂଳର ଜନସାଧାରଣଙ୍କ ପାଇଁ ସରକାର ଙ୍କ ତରଫରୁ ଅନେକ ଯୋଜନା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ ମଧ୍ୟରେ ଦୃଢ ଇଛା ଶକ୍ତିର ଆବଶ୍ୟକତା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିଲେ ଆମ୍ଭେମାନେ ଆତ୍ମ ନିର୍ଭରଶୀଳ ହୋଇପାରିବା ସହ ଦେଶକୁ ଆତ୍ମନିର୍ଭରଶୀଳ କରିପାରିବା ବୋଲି ନାଉଗାଁ ବ୍ଳକ ବ୍ଳକସ୍ତରୀୟ ମତ୍ସ ଓ ପ୍ରାଣୀ ସଂପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମତବ୍ୟକ୍ତ କରିଥିଲେ। ବିଡିଓ ନିରଞନ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ମେଳାରେ ଜଗତସିଂହପୁର ଜିଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରୀ ଡଃ ଅଜୟ କୁମାର ସାହୁ,ବିଡିଓ ନିରଞନ ପରିଡା, ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ଉପାଧ୍ୟକ୍ଷା ସୁଜିତ ପୁହାଣ,ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୂ ପରିଡା,ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡଃ ନିରୋଦ କୁମାର ସାହୁ ଆଦି ଯୋଗ ଦେଇ ମତ୍ସ ଓ ପ୍ରାଣୀ ସଂପଦ ବିଭାଗ ଦ୍ୱାରା ହିତାଧିକାରୀ ମାନଙ୍କୁ ସରକାରଙ୍କ ତରଫରୁ ଯୋଗଇ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଉକ୍ତ ମେଳାରେ ଚାଷୀ ଭାଇ ଭଉଣୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ମାନ ଖୋଲାଯାଇଥିଲା। ବିଶେଷ କରି କୃଷି ବିଭାଗର କୃଷି ଯନ୍ତ୍ରପାତି,ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଚାରା,ମିଶନ ଶକ୍ତି ମହିଲା ସ୍ୱୟଂ ସହାୟୀକା ଦଳ ପକ୍ଷରୁ ଖାଦ୍ୟ ସାମଗ୍ରୀ,ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଘାସ ଚାଷ, ଗୋ-ପାଳନ, କୁକୁଡା ପାଳନ, ମତ୍ସ ବିଭାଗ ପକ୍ଷରୁ ମତ୍ସ ଚାଷ ଆଦି ପ୍ରଦର୍ଶିତ କରାଯାଇଥିଲା। ସେହିପରି ଉକ୍ତ ମେଳାରେ ଯୋଗ ଦେଇ ଥିବା ଚାଷୀ ଭାଇ ଭଉଣୀମାନେ ଚାଷ ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ମଂଚାସୀନଅତିଥି ମାନଙ୍କୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ପରେ ଅତିଥିମାନଙ୍କ ଦ୍ୱାରା ୮ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିବା ବେଳେ ଓଷକଣା ପଂଚାୟତର ଦେବାଶିଷ ମହାନ୍ତିଙ୍କୁ ସବସିଡି ବାବଦକୁ ୧ଲକ୍ଷ ୩୮ହଜାର ୨୪୦ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠ ମତ୍ସ ବୈଷୟିକ ସହାୟକ ସ୍ମୃତିରଂଜନ ବାରିକ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରାଣୀ ନିରୀକ୍ଷକ ସଂଗ୍ରାମ ରାଉତ, ବୈଷ୍ଣବ ମହାରଣା, ଗୌତମ ବାରିକ, ମନୋରଞ୍ଜନ ସ୍ୱାଇଁ,ସୁଭ୍ରାଂଶୁ ମଲ୍ଲିକ, ରଶ୍ମୀରଂଜନ ମଲ୍ଲିକ, ଅନ୍ନପୂର୍ଣ୍ଣା ଦାସ, ସିପ୍ରା ମହାପତ୍ର ଆଦି ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ