ଫେରିବାଲାଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି କଲ୍ୟାଣସିଂହପୁର ବ୍ଲକ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ):ରାୟଗଡା ଜିଲାକୁ ସୁରକ୍ଷିତ ଭାବି ବାଛି ନେଇଛନ୍ତି ପଶ୍ଚିମବଙ୍ଗ ଓ ବିହାର ରାଜ୍ୟର ଫେରିବାଲା । ଜିଲାର କାଶୀପୁର, ବିଷମକଟକ,ମୁନିଗୁଡା,କଲ୍ୟାଣସିଂହପୁବ୍ଲକ ଓ ରାୟଗଡା ସଦର ମହକୁମାରେ ଏମାନଙ୍କ ଆଡ୍ଡାସ୍ଥଳୀ । ଜିଲାର ପ୍ରାୟ ସବୁ ବ୍ଲକ ଅଞ୍ଚଳରେ ଏହି ଫେରିବାଲାମାନେ ବିଭିନ୍ନ ପ୍ରକାର ସାମଗ୍ରୀ ସବୁ ବିକ୍ରି କରିବାକୁ ନିଜ ନିଜର ଦୁଇ ଚକିଆ ଯାନରେ ଯାଇଥାନ୍ତି । ସେମାନେ ବାସନ, କୁସନସନ, ଥାଳି, ପ୍ଲେଟ, ଗ୍ଳାସ, ଚଟୁ, ଛୋଟ ଛୋଟ ପିଲା ମାନଙ୍କ ଡ୍ରେସ, ହାଫ ପ୍ୟାଣ୍ଟ, ସ୍ତ୍ରୀ ଲୋକଙ୍କ ନାଇଟି, କମ୍ବଳ, ବେଡ଼ସିଟ୍, ଟାୱାଲ, ଚପଲ, ଗ୍ରାଇଣ୍ଡର, ଟିଭି, ଚୁଡ଼ି, ମାଳି, ରବର, କ୍ଲିପ, ପାଉଡର, କ୍ରିମ, କୁକୁଡ଼ା ଚିଆଁ ଭଳି ସାମଗ୍ରୀ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇଥାନ୍ତି । ଦୀର୍ଘ ବର୍ଷ ଧରି ଏମାନେ ଏଭଳି ବ୍ୟବସାୟ କରି ଆସୁଛନ୍ତି । ସେମାନଙ୍କ ପାଇଁ କୋଲକାତାରୁ ଟ୍ରକ୍ ଟ୍ରକ୍ ଜିନିଷ
ଆଣିଥାନ୍ତି ଜିଲାର ପ୍ରମୁଖ ସହରରେ ଓ ବ୍ଲକ ମାନଙ୍କରେ ସେମାନଙ୍କର ଗୋଦାନ ରହିଛି। ସେହି ଗୋଦାମରୁ ପ୍ରତିଦିନ ଏହି
ଫେରିବାଲାମାନେ ମାଲ ବିକ୍ରି କରିବାକୁ କିଣି ନେଇଥାନ୍ତି । କଲ୍ୟାଣସିଂହପୁରରେ ମଧ୍ୟ ଏମାନଙ୍କ ବ୍ୟବସାୟ ୟ ବେଧଡକ ଚାଲିଛି ବ୍ଲକର ଶିକାରପାଇ, ଥାନା ପଛ ପଟ, ମାଝୀଗୁଡା, କ୍ରିଷ୍ନା ପାତ୍ରଗୁଡା ପେଟ୍ରଲ ପମ୍ପ, କୁମ୍ଭାର ସାହି, ସେରିଗୁମା,ଓ ବିଭିନ୍ନ ସାହିରେ ଘର ଭଡା ନେଇ ପ୍ରାୟ ପାଞ୍ଚ ଶହରୁ ଅଧିକ ଫେରିବାଲା ରହୁଥ‌ିବା ଜଣାପଡିଛି । ନିଜ ପରିବାର ଘର ଦ୍ଵାର ଛାଡି ହଜାର ହଜାର କିଲୋମିଟର ଦୂରକୁ ବ୍ୟବସାୟ
କରିବାକୁ ଆସିବାର ଅଭିପ୍ରାୟ କଣ ତାର ଉତ୍ତର ନା ସାଧାରଣ ଲୋକଙ୍କ ପାଖରେ ଅଛି ନା ପୋଲିସ ପ୍ରଶାସନ ପାଖରେ ରହିଛି ତାହା ଜଣାପଡ଼ୁନି। କିଛି ଫେରିବାଲା ନିଜର ପରିଚୟ ପତ୍ର ଆଧାର କାର୍ଡର ଠିକଣା ପଶ୍ଚିମବଙ୍ଗ ରହିଥିବା ବେଳେ ସେମାନଙ୍କ ଫୋନ ନମ୍ବରର ଠିକଣା ରାୟଗଡା ମୁନିଗୁଡା, ଗୁଣପୁର ରହିଥିବା ସନ୍ଦେହେ କରାଯାଉଛି । ଏଭଳି କ୍ଷେତ୍ରରେ ସେମାନଙ୍କ ପରିଚୟ ପତ୍ରର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ସେମାନଙ୍କ ପ୍ରକୃତ ଠିକଣାକୁ ଗୋପନରେ ରଖ୍, ନିଜକୁ ସୁରକ୍ଷିତ ରଖୁବା ପାଇଁ ସ୍ଥାନୀୟ ଠିକଣା ସମାନେ ଦେଉଥିବା ଜଣାପ ଜଣାପଡୁଛି । ପ୍ରତ୍ୟେକ ଦିନ ଭୋର ୫ଟାରୁ ଶୀତ କାକାରରେ ବିଭିନ୍ନ ଅଞ୍ଚଳକୁ ନିଜର ଦୁଇ ଚକିଆ ଗାଡରେ ବ୍ୟବସାୟ ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇଥାନ୍ତି। କିଛି ଫେରିବାଲା ନିଜ ମୁଣ୍ଡରେ ମୁଣ୍ଡାଇ ବସ ଯୋଗେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ରାୟଗଡା ଜିଲାକୁ ସୁରକ୍ଷିତ ମନେ କରୁଛନ୍ତି ଫେରିବାଲାମାନେ ରାୟଗଡା ଜିଲାବାସୀ ତଥା ସହରବାସୀଙ୍କ ସାମୁହିକ ସୁରକ୍ଷା ଦୃଷ୍ଟିରୁ ଏମାନଙ୍କ ଗତିବିଧ‌ି ଉପରେ ପୁଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ