ଗାଁ ରୁ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଦାବି କଲେ କୋଳିପଦି ଗାଁର ମହିଳା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ଭ ପଂଚାୟତ ସରଳ (କୋଳିପଦି )ଗ୍ରାମର ଜୈନିକ ବ୍ୟକ୍ତି ବେଆଇନ ଭାବେ ଏକ ମଦ ଦୋକାନ କରି ଦେଶୀ ବିଦେଶୀ ମଦ ବିକ୍ରୀ କରୁଛନ୍ତି। ସେଇ ଦେଶୀ ଏବଂ ବିଦେଶୀ ମଦ ଖାଇ ଗାଁ ର ଅନେକ ଲୋକ ଓ ଯୁବକ ମାନେ ପଥ ଭ୍ରଷ୍ଟ ହେଉଛନ୍ତି. ପ୍ରାୟ ପ୍ରତ୍ୟେକ ଦିନ ଛୋଟ ବଡ଼ ପାଟିତୁଣ୍ଡ ଖଗଡା ଝାଟି ହୋଇ ଗାଁ ରେ ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହେଉଛି। ଛୋଟ ସ୍କୁଲ ପିଲାମାନେ ସେଇ ରାସ୍ତା ଦେଇ ଵିଦ୍ୟାଲୟ ଯାଇପାରୁ ନାହାନ୍ତି। ଗାଁ ର ମହିଳା ମାନେ ମଧ୍ୟ ବାହାରକୁ ବାହାରି ପାରୁ ନାହାନ୍ତି। ଗ୍ରାମବାସି ମାନେ ବାରମ୍ବାର ଅବକାରୀ ବିଭାଗ କୁ ଜଣେଇଥିଲେ ହେଁ କୌଣସି ସୁଫଳ ମିଳିଲା ନାହିଁ। ବାରମ୍ବାର ମନା କରିବା ପରେ ବି ମଦ ବେପାର କରୁଥିବାରୁ ଆଜି ସକାଳୁ ଗ୍ରାମର କିଛି ମହିଳା ଉତ୍ୟକ୍ତ ହୋଇ ଦୋକାନରେ ଥିବା ମଦ ସବୁ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ମଦ ବ୍ୟବସାୟୀ ଜଣକ ତାଙ୍କ ଦୋକାନରୁ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ କରିଥିବା ଶୁଣି ୨୦ରୁ ଉର୍ଦ୍ଧ ମହିଳା ନନ୍ଦିପଦା ଥାନାରେ ପହଞ୍ଚି ମଦ ବ୍ୟବସାୟୀ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରିବା ସହିତ ଉଭୟ ପକ୍ଷଙ୍କୁ ଆସନ୍ତା କାଲି ଆସିବାକୁ କହିଛନ୍ତି।


