ବାଲିପଦରର ପ୍ରସିଦ୍ଧ ମା’ ମହାଲକ୍ଷ୍ମୀ ପୂଜା ଆରମ୍ଭ

ବୁଗୁଡା, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ର ପ୍ରସିଦ୍ଧ ମା’ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ନଭେମ୍ବର ୨୬ ତାରିଖରେ ମହାସମାରୋହରେ ମା’ ମହାଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଲିପଦର ବଣିକ ସଂଘ, ଶ୍ରୀରାମ ପରିବା ବ୍ୟବସାୟୀ ସଂଘ ଓ ମା’ ମହାଲକ୍ଷ୍ମୀ ପୂଜା କମିଟିର ମିଳିତ ସହଯୋଗରେ ମାର୍ଗଶୀର ମାସର ଶେଷ ଦୁଇ ଗୁରୁବାର ର ପୂର୍ବ ଦିନ ୨୬/୧୧/୨୫ ତାରିଖ ରୁ ଆରମ୍ଭ ହୋଇ ଗୁରୁବାରର ପରବର୍ତ୍ତୀ ଦିନ ୦୫/୧୨/୨୫ ତାରିଖରେ ସମାପ୍ତ ହେବ। ପୁରୋହିତ ଭାବେ ଜଗନ୍ନାଥ ଶତପଥୀ, ପ୍ରଦୀପ ଖଡଙ୍ଗା, ଓ ବଳରାମ ତ୍ରିପାଠୀ ନିୟୋଜିତ ହୋଇଥିବା ବେଳେ କର୍ତ୍ତା ଭାବେ ତ୍ରିନାଥ ଶାସମଲ କାର୍ଯ୍ୟ ସମ୍ପାଦନ କରିଥିଲେ। ବାଲିପଦର ବଣିକ ସଂଘ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ଶ୍ରୀରାମ ପରିବା ବ୍ୟବସାୟୀ ସଂଘ ସଭାପତି ରଙ୍କନିଧି ପୋଲାଇ , ମା’ ମହାଲକ୍ଷ୍ମୀ ପୂଜା କମିଟି ସଭାପତି ନାରାୟଣ ସାମନ୍ତରା, ସମ୍ପାଦକ ରାଜେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଉମାଶଙ୍କର ନାୟକ, ଜି.ସଞ୍ଜୀବ କୁମାର ପାତ୍ର, ଅବସରପ୍ରାପ୍ତ ପ୍ରିନ୍ସିପାଲ  ବି.ପ୍ରକାଶ ଚନ୍ଦ୍ର ପାତ୍ର, ଜି.ମନୋଜ କୁମାର ପାତ୍ର, ମନୋଜ କୁମାର ଆଚାରୀ, ବାଳକୃଷ୍ଣ ଶାସମଲ, ଯଜ୍ଞ ନାରାୟଣ ପାତ୍ର, ଅରବିନ୍ଦ ପାତ୍ର, ଶ୍ରୀଧର ବଡୁଙ୍କ ସମେତ ସବୁ ଶ୍ରେଣୀର ବ୍ୟବସାୟୀ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରତିଦିନ ସାନ୍ଧ୍ୟ ୭ ଘଣ୍ଟା ୧୫ ମିନିଟରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବ। ବ୍ୟବସାୟୀଙ୍କ ମଙ୍ଗଳ, ଗ୍ରାମର ମଙ୍ଗଳ ଓ ବିଶ୍ଵଶାନ୍ତି ପାଇଁ ଏହି ପୂଜା ପ୍ରତିବର୍ଷ ଆୟୋଜନ କରାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ