ଝୁଡୁଙ୍ଗ ତୋଳିବା ବେଳେ ଦନ୍ତାହାତୀର ଶିକାର ହେଲେ ଡଙ୍ଗରିଆ: ଚିନ୍ତାରେ ନିୟମଗିରି ଡଙ୍ଗରିଆ!

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ହାତୀଙ୍କ ଉତ୍ପାତ ବଢ଼ି ଚାଲିଛି। ଦୀର୍ଘ ତିନି ବର୍ଷ ହେବ ନିୟମଗିରି ପାହାଡ଼ରେ ହାତୀଙ୍କ ଦୌରାମ୍ୟ ବଢ଼ି ଚାଲିଥିବାରୁ ଜଣକ ପରେ ଜଣକ ଜୀବନ ନେଉଛି ହାତୀ। ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ ହାତୀ ପାଇଁ ନୟାନ୍ତ ହୋଇ ଗଲେଣି। ବନ ବିଭାଗର ବିଫଳତାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବନାଞ୍ଚଳ ପାର୍ଶାଲି ପଞ୍ଚାୟତର ବୁଡୁଣୀ ଗ୍ରାମର ବାଲା ଶିକକା (୪୦)କୁ ଦଳିଦେଲା ଦନ୍ତା। ଗଟଣା ସ୍ଥଳରେ ସଂକଟା ପନ୍ନ ହୋଇ ପଡ଼ିଥିଲା। ବାଲାର ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳେ ପହଁଚି ଆହତ ବାଲାକୁ ଉଦ୍ଧାର କରି ଆମ୍ବୁଲାନ୍ସରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବାଲାର ଅବସ୍ଥା ସଂକଟା ପନ୍ନ ଥିବାରୁ ପ୍ରଥମିକ ଚିକିତ୍ସା କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରାୟଗଡା ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିବା ଜଣା ପଡିଛି।ଘଟଣାରୁ ପ୍ରକାଶଯେ ଆଜି ସକାଳ ପ୍ରାୟ ପାଞ୍ଚଟା ବେଳେ ନିଜ ଡଙ୍ଗରରେ ଝୁଡୁଙ୍ଗ ଚାଷ ଅମଳ ପାଇଁ ଯାଉଥିବା ବେଳେ ନିକଟରେ ଛପିଥିବା ଦନ୍ତା କଛାଡି ଦେଇଥିଲା। ଶରୀରରୁ ପେଟ ଛାତି ଚେପା ହୋଇ ଯାଇଥିଲା।ଘଟଣା ଘଟିବା ପରେ ରେଞ୍ଜର ଚନ୍ଦନ ଗମାଙ୍ଗ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ କଳାକାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କୁନାକାଡୁ ଗ୍ରାମରେ ଦାନ୍ତା ଆକ୍ରମଣରେ ଜଣେ ଶିଶୁର ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଶିଶୁ ଗୁରୁତର ହୋଇଥିଲେ।ନିୟମଗିରି ହାତୀଙ୍କ ଉପଦ୍ରବ ଯୋଗୁ ଉକ୍ତ ପର୍ବମାଳା ରେ ବସବାସ କରୁଥିବା ଡଙ୍ଗରିଆ ଝରଣିଆଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବନ ବିଭାଗ କେବଳ ସଚେତନାରେ ସୀମିତ ରହିଥିବାରୁ ଲୋକଙ୍କ ଆକାରଣେ ଜୀବନ ଯାଉଛି ତ ମୃତ୍ୟୁ ଶହ ସଂଗ୍ରାମ କରୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ବନ ଖଣ୍ଡିୟ ଅଧିକାରୀ ଗୁରୁତ୍ୱ ଦେଈ ସମସ୍ୟାର ସମାଧାନ କରିବା ପାଇଁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ