ପିପୁଲସ କଲେଜ ଇତିହାସ ବିଭାଗ ଅଧ୍ୟାପିକାଙ୍କୁ ଡକ୍ଟରେଟ ଉପାଧି
ବୁଗୁଡା, ୦୩/୧୨/୨୫ : ବୁଗୁଡା ପିପୁଲସ କଲେଜର ଇତିହାସ ବିଭାଗ ଅଧ୍ୟାପିକା ରଶ୍ମିତା କୁମାରୀ ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ Ph.D. ଡିଗ୍ରୀ ହାସଲକରି ଡକ୍ଟରେଟ ଉପାଧି ପାଇ କଲେଜ ଓ ଅଞ୍ଚଳ ପାଇଁ ଗୌରବ ଆଣିପାରିଥିବା ଯୋଗୁଁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି। ଅଧ୍ୟାପିକା ଶ୍ରୀମତୀ ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରମାକାନ୍ତ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ” The Folk Culture of South Odisha : A Study on Socio-Cultural Aspects.” ବିଷୟ ବସ୍ତୁ ଉପରେ ଗବେଷଣା କରି ସଫଳତା ହାସଲ କରିଛନ୍ତି। ଶ୍ରୀମତୀ ପଟ୍ଟନାୟକଙ୍କ ନିବନ୍ଧ, ପରିକ୍ଷକ ଭାବେ ଯୋଗଦେଇଥିବା ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ତୀର୍ଥରାଜ ଭୋଇଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ସଫଳତା ପାଇଁ ଅଧ୍ୟାପିକା ରଶ୍ମିତା କୁମାରୀ ପଟ୍ଟନାୟକ ପ୍ରଫେସର ରମାକାନ୍ତ ଭୂୟାଁ ଓ ପ୍ରଫେସର ତୀର୍ଥରାଜ ଭୋଇଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସଫଳତାର ଶ୍ରେୟ ନିଜର ବାପା- ସଦାନନ୍ଦ ପଟ୍ଟନାୟକ ଓ ମାତା- ନଳିନୀ ପଟ୍ଟନାୟକ (ଗ୍ରାମ- ନରେନ୍ଦ୍ର ପୁର) ଏବଂ ଶ୍ବଶୁର- ସ୍ବର୍ଗତ ବିଜୟ କୁମାର ପଟ୍ଟନାୟକ, ଶାଶୁ- ହରପ୍ରିୟା ପଟ୍ଟନାୟକ ଓ ସ୍ୱାମୀ- ରାଜୀବ କୁମାର ପଟ୍ଟନାୟକ (ଗ୍ରାମ- କର୍ପୂର ନୁଆଗାଁ, ଆସିକା) ଙ୍କୁ ପ୍ରଦାନ କରିଛନ୍ତି। ଏଥି ସହ ଦୁଇ ଭାଇ ରଞ୍ଜନ ଓ ତପନ, କଲେଜର ପ୍ରିନ୍ସପାଲ, ଇତିହାସ ବିଭାଗର ଅଧ୍ୟାପକ ସମେତ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ପ୍ରେରଣା ସଫଳତା ପାଇଁ ସହାୟକ ହୋଇଥିଲା ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।


