ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୀତା ଜୟନ୍ତୀ
ଛତ୍ରପୁର,(ଓ୍ବାଇଏନଏସ): ଆଜି ପବିତ୍ର ମାର୍ଗଶୀର ଶୁକ୍ଳ ଦ୍ବାଦଶୀ ଶ୍ରୀମଦ୍ଭାଗବତ ଗୀତା ଜୟନ୍ତି ଅବସରରେ ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ପାଳିତ ହୋଇ ଯାଇଛି। ପ୍ରଥମେ ଆଚାର୍ଯ୍ଯ କୈଳାସ ଚନ୍ଦ୍ର ଶତପଥିଙ୍କ ଦ୍ବାରା ଶ୍ରୀମଦ୍ଭାଗବତ ଗୀତାର ପୂଜାର୍ଚ୍ଚନା କାର୍ଯ୍ଯ ସଂପାଦିତ ହୋଇଥିଲା।ଆଚାର୍ଯ୍ଯ ଶ୍ରୀକାନ୍ତ ମହାପାତ୍ର ଶ୍ରୀମଦ୍ଭାଗବତ ଗୀତାର ସାରତତ୍ତ୍ଵ ବର୍ଣ୍ଣନା କରିଥିଲେ। ପ୍ରଧାନାଚାର୍ଯ୍ଯ ରବୀନ୍ଦ୍ର ନାଥ ଦାଶଙ୍କ ସହିତ ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାମୂହିକ ଗୀତାପାଠ କରାଯାଇଥିଲା।


