ଯୌତୁକ ନିର୍ଯ୍ୟାତନା : ପୀଡ଼ିତାଙ୍କ ଏତଲା

ଦିଗପହଣ୍ଡି,୩|୧୨(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁମରଡ଼ା ଗ୍ରାମର ଶିକ୍ଷକ ସନ୍ତୋଷ ଓରଫ କାଳିଆ ଓରଫ ଦେବୀ ପ୍ରସାଦ ପଟ୍ଟନାୟକ ତାଙ୍କ ସ୍ତ୍ରୀ ସାଲୋନି ପଟ୍ଟନାୟକ ଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଏନେଇ ସାଲୋନି ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୪୩୯/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ,ଶାଶୁ ଓ ଶ୍ବଶୁର ଙ୍କ ନାଁ ରେ ମକଦ୍ଦମା ରୁଜୁ କରିଛନ୍ତି।ଗତ ୨୦୨୩ ରେ ଦିଗପହଣ୍ଡି ପୁଞ୍ଜିକଂୟା ଅଞ୍ଚଳ କଲୋନୀ ର ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କ କନ୍ୟା ସାଲୋନି କୁମରଡ଼ା ଗ୍ରାମର ଶିକ୍ଷକ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଙ୍କ ପୁଅ ସନ୍ତୋଷ ଓରଫ ଦେବୀ ପ୍ରସାଦ ଙ୍କୁ ବିବାହ କରିଥିଲେ।ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସମସ୍ତ ଜାନି ଯୌତୁକ ଦିଆଯାଇଥିଲା।କିଛି ଦିନ ଦାମ୍ପତ୍ୟ  ଜୀବନ ହସଖୁସି ରେ କଟିବା ପରେ ଅଧିକା ଯୌତୁକ ପାଇଁ ସାଲୋନି ଙ୍କୁ ସ୍ବାମୀ ଓ ଶାଶୁ,ଶ୍ବଶୁର ନିର୍ଯ୍ୟାତନା ଦେବାରୁ ସେ ବାପ ଘରେ ରହୁଥିଲେ। ସମ୍ପର୍କୀୟ ଲୋକଙ୍କ ହସ୍ତକ୍ଷେପ ପରେ ସାଲୋନି ପୁଣି ଶ୍ବଶୁର ଘରକୁ ଫେରିଥିଲେ।ଗତ ୨୬ ତାରିଖରେ ତାଙ୍କୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେବା ପରେ ସେ ବାପ ଘର ଦିଗପହଣ୍ଡି କୁ ଚାଲି ଆସିଥିଲେ ବୋଲି ଏତଲାରେ ଉଲ୍ଲେଖ ଥିବା ତଦନ୍ତକାରୀ ମହିଳା ପୋଲିସ ଅଧିକାରୀ ଏସ. ଆଇ ସୋଫିଆ ମିଶ୍ର କହିଛନ୍ତି।ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ