ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଅର୍ଜନ କଲେ ମେରୀ
ନୂଆଦିଲ୍ଲୀ : ଟୋକିଓ ୨୦୨୦ ଅଲମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ୬ ଥର ବିଶ୍ବ ଚାମ୍ପିଅନ୍ସିପ୍ ବିଜୟିନୀ ଏମ୍ସି ମେରୀ କମ୍। ୫୧ କିଗ୍ରା ବର୍ଗରେ ନିଖତ୍ ଜରିନ୍ଙ୍କୁ ପରାସ୍ତ କରି ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ୯-୧ ପଏଣ୍ଟରେ ବିଜୟୀ ହୋଇ ମେରୀ ଚୀନ୍ରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଅନ୍ୟ ଦୁଇ ଭାରତୀୟ ଖେଳାଳି ସାକ୍ଷୀ ଚୌଧୁରୀ ଏବଂ ସିମରନ୍ଜିତ୍ କୌର୍ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସାକ୍ଷୀ ଚୌଧୁରୀ ଦୁଇ ଥର ବିଶ୍ବ ଚାମ୍ପିୟନସିପ୍ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥରଙ୍କୁ ୫୭ କିଗ୍ରା ବର୍ଗରେ ପରାସ୍ତ କରିଥିଲେ । ୬୦ କିଗ୍ରା ବର୍ଗରେ ଅନ୍ୟତମ ବିଶ୍ବ ଚାମ୍ପିୟନ୍ ଏଲ୍ ସରିତା ଦେବୀଙ୍କୁ ସିମ୍ରନ୍ ଜିତ୍ କୌର୍ ପରାସ୍ତ କରିଛନ୍ତି ।


