ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା, ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବୁଗୁଡା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡିସେମ୍ବର ୩ ତାରିଖ ଦିନ ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ ପରିସରରେ ୧୦୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନଙ୍କୁ ନେଇ ବିଶ୍ୱ ଦିବ୍ୟାଙ୍ଗ ଦିବସ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆଙ୍କ ତତ୍ତ୍ୱାବଧାନରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁ ଉଦ୍ଘାଟନ କରିଥିବାବେଳେ ଉପାଧ୍ୟକ୍ଷ ବିଭୂତି ଭୂଷଣ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଦିବା ୧୧ ଘଣ୍ଟ ସମୟରେ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଅଭିଭାବକ, ସିଆରସିସି ଓ ଅଫିସ କର୍ମଚାରୀଙ୍କୁ ନେଇ ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା। ଏହାପରେ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିବାପାଇଁ ଏବଂ ସେମାନଙ୍କ ମନୋବଳ ସୁଦୃଢ କରିବା ପାଇଁ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ  ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା, ସମ୍ମାନିତ ଅତିଥି ଭାବେ ମୁଖ୍ୟ କିରାଣୀ ପ୍ରିୟଦର୍ଶୀ ଦାସ , ମୁଖ୍ୟବକ୍ତା ଭାବେ କଲେଜ ଅଧକ୍ଷ ମନୋଜ କୁମାର ସ୍ବାଇଁ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ସହିତ ଅଭିଭାବକ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ବୁଗୁଡା ସିଆରସିସି  କିରଣବାଳା ତ୍ରିପାଠୀ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି, ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ, ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ