ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ଷ୍ଟାଡିୟମ ଠାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଭଦ୍ରକ ଜିଲାପାଳ ଦୀଲିପ କୁମାର ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲାପାଳ ଦିଲୀପ କୁମାର ରାଉତରାଏ, ତହସିଲଦାର ସାରା ହେମ୍ବ୍ରମ୍, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସଂସଦୀୟ କ୍ଷେତ୍ର ସଂଯୋଜକ କିଶୋର କିଙ୍କର ପଢିଆରୀ, ବିଧାନସଭା କ୍ଷେତ୍ର ସଂଯୋଜକ ନିରଞ୍ଜନ ବାରିକ, ତପନ କୁମାର ବାରିକ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ କୁମାର ନାୟକ, କେନ୍ଦୁଆପଦା ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ତରଣୀସେନ ଜେନା, ପ୍ରଣବ ରାଉତ, ରଞ୍ଜନ ପରିଡା, ଗିରିଶ ଚନ୍ଦ୍ର ସାମଲ, ବନ୍ତ ବ୍ଳକ କ୍ରୀଡା ସମ୍ପାଦକ ମନୋଜ କୁମାର ଶଂଖୁଆ, ଭଣ୍ଡାରିପୋଖରୀ ବ୍ଲକ କ୍ରୀଡା ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଚନ୍ଦ୍ର ଓଝା, କମଳାକାନ୍ତ ସାହୁ, ସୁଧିର କୁମାର ନାୟକ, ଶଙ୍କର୍ଷଣ ଜେନା, ଖଗେଶ୍ୱର ବେହେରା, ନବ କିଶୋର ବଳଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଶିକ୍ଷାବିତ୍ ସଞ୍ଜୟ କୁମାର ମଜୁମଦାର ପ୍ରାରମ୍ଭିକ କ୍ରୀଡା ସୂଚନା ପ୍ରଦାନ ସହ ଅତିଥି ମାନଙ୍କୁ ମଞ୍ଚଙ୍କୁ ଆହ୍ୱାନ କରିଥିଲେ । ଉଦ୍ଘାଟନୀ ଦିବସରେ ୩୮୦ ଜଣ ପ୍ରତିଯୋଗୀଙ୍କୁ ନେଇ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ଦେବାଶିଷ ଆଚାର୍ଯ୍ୟ, ସେକ୍ ଆଝ।।ରୁଦ୍ଦୀନ, ଧିରେନ୍ଦ୍ର ଷଡଙ୍ଗୀ, ଯଶୋବନ୍ତ ସିଂହ, ଜନ୍ମେଜୟ ନାୟକ, ପ୍ରଶାନ୍ତ ଜେନା, ମାନସ ସାହୁ, ଚିତ୍ରାବତୀ ବେହେରା, ସୁଷମା ମଲ୍ଲିକ, ବିକଶୀ ସାହୁ, ବିଷ୍ଣୁପ୍ରିୟା ଜେନା, ଡଲିରାଣୀ ଦାସ, ସଙ୍ଗୀତା କୁମାରୀ ଜେନା, ଅମିତାରାଣୀ ଲେଙ୍କା, ସ୍ନେହଲତା ଖମାରୀ, ବିଦୁଲତା ଦାସ, ପୂର୍ଣ୍ଣିମା ମହନ୍ତଙ୍କ ସମେତ ଅନ୍ୟ ମାନେ କ୍ରୀଡା ପରିଚାଳନା କରିଥିଲେ । ଶନିବାର ଠାରୁ ଦୌଡ, ସଟପୁଟ୍, ଲମ୍ବଡିଆଁ, ଡିସକସ ଥ୍ରୋ, ବ୍ୟାଡ ମିଣ୍ଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦିବସ ବ୍ୟାପୀ କାର୍ଯକ୍ରମରେ ସୁବାଷ ଚନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ, ସାଇସତ୍ୟ ନାୟକ, କାହ୍ନା ନାୟକ, ସଞ୍ଜୀବ ବେହେରା, ଅନନ୍ତ ନାୟକ, ଗୌରାଙ୍ଗ ବେହେରା, ସାର୍ଥକ ବିଶ୍ୱାଳ, ଲିପୁନ ବିଶ୍ୱାଳ, ରତ୍ନାକର ଜେନା, ରବିନ୍ଦ୍ର ସେଠୀ, ହେମନ୍ତ ମଲ୍ଲିକଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


