ନିମ୍ନମାନର ମଧ୍ୟାହ୍ନଭୋଜନ ବର୍ଜନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମ ୫ – ଟି ନୋଡାଲ ହାଇସ୍କୁଲ ରେ ନିମ୍ନମାନର ମଧ୍ୟାହ୍ନଭୋଜନ କୁ ଶୁକ୍ରବାର ଛାତ୍ରୀ ଛାତ୍ର ବୃନ୍ଦ ବର୍ଜନ କରିଛନ୍ତି। ଗତ ୧୯୫୪ ରେ ସ୍ଥାପିତ ହାଇସ୍କୁଲ ରେ ଦୀର୍ଘଦିନ ହେଲା ଛାତ୍ରୀ ଛାତ୍ର ଙ୍କୁ ମଧ୍ୟାହ୍ନଭୋଜନ ନାଁ ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି।ହାଇସ୍କୁଲ ମୁଖ୍ୟଫାଟକ ରେ ତାଲା ପଡ଼ିଥିବାରୁ ବହୁସଂଖ୍ୟକ ଛାତ୍ର ପାଚେରୀ ଡେଇଁ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆ ଙ୍କ ବାସଭବନରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ।ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ ଏବଂ ବହୁ ସଂଖ୍ୟକ ଅଭିଭାବକ ହାଇସ୍କୁଲ ରେ ପହଞ୍ଚି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବି ବେହେରା ଙ୍କ ସହ ଏନେଇ ଆଲୋଚନା କରିଥିଲେ ମଧ୍ୟ  ମଧ୍ୟାହ୍ନଭୋଜନ ଦାୟିତ୍ଵ ମା ଶ୍ୟାମଳାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନେଇଥିବାରୁ ଏନେଇ ସେ କୌଣସି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ।ପରେ ଏନେଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଙ୍କୁ ସରପଞ୍ଚ ପ୍ରତିନିଧି ଫୋନ ଯୋଗେ ଜଣାଇଥିଲେ।ଗୋଷ୍ଠୀ ଶିକ୍ଷାଧିକାରୀ ହାଇସ୍କୁଲ ରେ ପହଞ୍ଚି ସବିଶେଷ ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରୀ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ମଧ୍ୟାହ୍ନଭୋଜନରେ ପାଣିଆ ଡାଲି,ଅଣ୍ଡା ତରକାରି ବଦଳରେ ଦରଶିଝା ଅଣ୍ଡା ପ୍ରଦାନ କରାଯାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ପରେ ଛାତ୍ରୀ ଛାତ୍ରମାନଙ୍କୁ ସେ ବୁଝାସୁଝା କରିବା ପରେ ସେମାନେ ମଧ୍ୟାହ୍ନଭୋଜନ ଖାଇଥିଲେ।ହାଇସ୍କୁଲ ରେ ଛାତ୍ରୀ ଛାତ୍ର ମାନଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ବାରଣ୍ଡା ରେ ପାଠ ପଢ଼ାଯାଉଛି। ।ବର୍ଷା ହେଲେ ଶ୍ରେଣୀ କୋଠରୀ ସମେତ ସ୍କୁଲ ପ୍ରାଙ୍ଗଣରେ ପାଣି ଜମି ରହିବା।ଛାତ୍ରୀ ଛାତ୍ରଙ୍କ ନିମନ୍ତେ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରାଯାଉନଥିବା।ଶୌଚାଳୟ ଓ ପରିଶ୍ରାଗାର ଠିକ୍ ନଥିବା ପ୍ରଭୃତି ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସମସ୍ତ ସମସ୍ୟା ଲିଖିତ ଭାବେ ଜଣାଇବାକୁ ପରାମର୍ଶ ଦେଇ ଫେରିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କୁ ଏନେଇ ପଚାରିବାରୁ ପ୍ରଥମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ର ୨୭୧ ଛାତ୍ରୀ ଛାତ୍ର ହାଇସ୍କୁଲ ରେ ପାଠ ପଢୁଛନ୍ତି।୧୩ ଶିକ୍ଷୟତ୍ରୀ ଶିକ୍ଷକ ନିଯୁକ୍ତ ଅଛନ୍ତି। ନିମ୍ନମାନର ମଧ୍ୟାହ୍ନଭୋଜନ ଯୋଗାଣ କୁ ନେଇ ଗ୍ରାମର ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗିରହିଛି।ହାଇସ୍କୁଲ ରେ ସ୍ଥାୟୀ ତଥା ଜଣେ ନିୟମିତ ପ୍ରଧାନଶିକ୍ଷକ ଙ୍କୁ ନିଯୁକ୍ତ କରିବା ସହ ବିବିଧ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ସରପଞ୍ଚ ପ୍ରତିନିଧି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ