ବିଏସ୍‌ପି ପକ୍ଷରୁ ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ବହୁଜନ ସମାଜପାର୍ଟି ପକ୍ଷରୁ ବହୁଜନଙ୍କ ବିଧାତା, ଦଳିତ ଜାତିର ମୁକ୍ତିଦାତା, ବଞ୍ôଚତଙ୍କ ଢାଲ, ଜ୍ଞାନର ମଶାଲ, ନାରୀ ଉଦ୍ଧାରକ, ସମାଜ ସୁଧାରକ, ପୁସ୍ତକର ସାଥୀ, ନିର୍ଭୀକ, ଧୈର୍ଯ୍ୟବାନ, ଉଚ୍ଚକୋଟୀର ବିଦ୍ୱାନ, ଜ୍ଞାନର ପ୍ରଦୀକ, ଗୋଲଟେବୁଲ୍ ବୈଠକର ନେତା, ଅର୍ଥଶାସ୍ତ୍ରର ବିଦ୍ୱାନ, ମହାନ୍ ଶିଳ୍ପକାର, ମନୁସ୍ମୃତିର ନାଶକ, ବୁଦ୍ଧ ଉପାସକ, ସର୍ବୋଚ୍ଚ ମାନବତାବାଦର ପ୍ରହରୀ, ବର୍ତ୍ତମାନ ଓ ଭବିଷ୍ୟତର ଆୱାଜ, ସମ୍ବିଧାନ ନିର୍ମାତା, ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ, ସାମାଜିକ ନ୍ୟାୟର ଅଗ୍ରଦୂତ, ଆଧୁନିକ ସମାଜସ୍ରଷ୍ଟା, ମହାନ୍ ଦାର୍ଶନିକ, ଅନନ୍ୟ ଶିକ୍ଷକ, ଅପ୍ରତିଦ୍ୱନ୍ଦୀ ସଂଗ୍ରାମୀ, ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ୬ ଡିସେମ୍ବର ସନ୍ଧ୍ୟା ୬ଟାରେ ବରିଷ୍ଠ ନେତା ପ୍ରଫୁଲ୍ଲ ଜେନାଙ୍କ ଅଧ୍ୟକ୍ଷତାରେ ଆମ୍ବେଦକର ଭବନ ବାଲେଶ୍ୱର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବିଏସ୍‌ପିର ବହୁ କର୍ମକର୍ତ୍ତା ଯୋଗଦେଇ ବାବାସାହେବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ଓ କୋଟିକୋଟି ପ୍ରଣାମ ଜଣାଇ ନିଜନିଜର ବକ୍ତବ୍ୟରେ କହିଥିଲେ, “ସମ୍ବିଧାନ ଆମର ରକ୍ଷାକବଚ। ଏହାର ସୁରକ୍ଷା ଆମ ଦାୟିତ୍ୱ। ତାଙ୍କର ଜୀବନ ସଂଗ୍ରାମ ସାମାଜିକ ନ୍ୟାୟ ଓ ସମତାମୂଳକ ସମାଜ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ଥିଲା। ସେ କହିଛନ୍ତି ଲଢ଼େଇ ଯଦି କରିବାକୁ ପଡ଼େ ତାହେଲେ ପାର୍ଲିଆମେଣ୍ଟ୍ ବା ଆସେମ୍ବ୍ଲି ମଧ୍ୟକୁ ପ୍ରତିନିଧି ହୋଇ ଯିବାକୁ ଲଢ଼େଇକର କିନ୍ତୁ ମନ୍ଦିର ଭିତରକୁ ନୁହେଁ।” ବିଏସ୍‌ପି ଜିଲ୍ଲା ସଭାପତି ଡାକ୍ତର ମନୋଜ କିଶୋର ମାଝୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ, “ଡ. ଆମ୍ବେଦକର କହିଯାଇଛନ୍ତି ରାଜନୈତିକ କ୍ଷମତା ହେଲା ସାମାଜିକ ଉନ୍ନତିର ଚାବିକାଠି। ନିକଟ ଅତୀତରେ ବିହାର ନିର୍ବାଚନରେ ବିଏସ୍‌ପିର ବିଧାନସଭା ଆସନ ବିଜୟ ଓଡ଼ିଶା ପାଇଁ ଆଶାର ଆଲୋକ ସଦୃଶ। ତେଣୁ ବିଏସ୍‌ପି ଓଡ଼ିଶାରେ ମଧ୍ୟ ନିଶ୍ଚୟ ଖାତା ଖୋଲିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ବିଏସ୍‌ପିର ପ୍ରତ୍ୟେକ ନୀତି ସର୍ବଜନ ହିତାୟ ଓ ସର୍ବଜନ ସୁଖାୟ ଉପରେ ଆଧାରିତ।” ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବା ମହାନ୍ ବ୍ୟକ୍ତିମାନଙ୍କ ମଧ୍ୟରୁ ସର୍ବଶ୍ରୀ ପ୍ରହ୍ଲାଦ ଦାସ, ବେଦସ୍ମିତା ଦାସ, ବିଶ୍ୱକର୍ମା ଦାସ, ରେମୁଣା ନିର୍ବାଚନ ମଣ୍ଡଳୀ ବିଏସ୍‌ପିର ବିଧାୟକ ପ୍ରାର୍ଥୀ ସମାଜସେବୀ ସଂଗ୍ରାମ କିଶୋର ମାଝୀ, ଭୋଳାନାଥ ବେହେରା, କମଳାକାନ୍ତ ସିଂ, ଅନନ୍ତ ମଣ୍ଡଳ, ଗଗନ ପାତ୍ର, ନିରୁପମା ପାତ୍ର, ଦିଲ୍ଲୀପ ମାଝୀ, ନିରଞ୍ଜନ ମହାଳିକ, ମନୋରଞ୍ଜନ ମହାଳିକ, ମିନତୀ ଜେନା, କୁଞ୍ଜଲତା ଜେନା ଅନ୍ୟତମ। ଶେଷରେ ନେତ୍ରୀ ଆରତୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଭା ଶେଷରେ ଛୋଟ ପିଲାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ