ବିନା ସୂଚନାରେ ଆଦର୍ଶ ବିଦ୍ୟାଳୟ ଛୁଟି ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ: ଚିନ୍ତାରେ ଅବିଭାବକ !
କଲ୍ୟାଣସିଂହପୁର (ଓ୍ବାଇଏନଏସ): ସରକାର ଉନ୍ନତ କରିବା ପାଇଁ ଗ୍ରାମାଞ୍ଚଳରେ ଇଂରାଜୀ ଶିକ୍ଷା ବିକାଶକୁ ନେଇ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ମାନ ଗଢି ଉଠିଛି।ବ୍ଲକ ସ୍ତରରୁ ଶିକ୍ଷା ଉଚ୍ଚ ପ୍ରାଥମିକରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରାଯାଉଛି। ଗତ ଏକମାସ ହେବ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ସଦର ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନେ ନିଜର ଅଧିକାର ହାସଲ କରିବା ପାଇଁ ଓ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ କଳା ବ୍ୟାଜ ପିନ୍ଧି ରାଜ୍ୟ ଠାରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଖିଥିଲେ। ପରେ ନିଜନିଜ ବିଦ୍ୟାଳୟରେ ଶ୍ରେଣୀ ସାରିବା ପରେ ଧାରଣା ଦେଈ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। କିନ୍ତୁ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ବିଦ୍ୟାଳୟକୁ ଆସୁଥିବା ଛାତ୍ର ଛାତ୍ରୀଙ୍କୁ ଫେରାଇ ଦେଇଛନ୍ତି ଶିକ୍ଷକ ମାନେ। ବିଦ୍ୟାଳୟରେ ଶିକ୍ଷକ ନରହି ଧାରଣାରେ ଯୋଗ ଦେବାପାଇଁ ଚାଲି ଯାଇଥିବାରୁ ପିଲାମାନେ ଶିକ୍ଷା ଦାନରୁ ବଞ୍ଚିତ ରହିଥିବା ଅବିଭାବକ ପ୍ରକାଶ କରିଛନ୍ତି। ଶିକ୍ଷକ ଶିକ୍ଷା ଦାନ ପାଇଁ ଉପସ୍ଥିତ ରହି ନଥିବାରୁ ବିଦ୍ୟାଳୟକୁ ଯାଇଥିବା ପିଲାଙ୍କୁ ଫେରାଇ ଦେଇଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ କୌଣସି କାର୍ଯ୍ୟ କିମ୍ବା ପିଲାଙ୍କ ଶିକ୍ଷା ଦାନ ଉପରେ ସୁବିଧା ଅସୁବିଧା ହେଲେ ୱାଟ୍ସଅପ ମଧ୍ୟରେ ଅବିଭାବକଙ୍କୁ ସୂଚନା ପ୍ରଦାନ କରିଥାନ୍ତି ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ। କିନ୍ତୁ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଥିବା ଆଦର୍ଶ ବିଦ୍ୟାଳୟ ବିନା ସୂଚନାରେ ଛୁଟି ବୋଲି କହି ପିଲାଙ୍କୁ ଫେରାଇ ଦେଇଥିବାରୁ ଅଭିଭାବକ ମହଲରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପ୍ରନ୍ସପାଲ ସଂଗୀତ ପାଲକା କିଛି ଅବିଭାବକ ପଚାରିବାରୁ ଶିକ୍ଷକଙ୍କ ସମସ୍ୟା ପାଇଁ ଧାରଣାରେ ଅଛନ୍ତି ଶହ ଶହ ପିଲାଙ୍କୁ ମୁଜଣେ କଣ ପଢେଇ ପାରିବିକି ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ବିନା ସୂଚନାରେଛୁଟି ବୋଲି ବିଦ୍ୟାଳୟରୁ ଫେରାଇ ଦେବାରୁ ଦୂର ଦୁରାନ୍ତରୁ ଆସୁଥିବା ଛାତ୍ରଛତ୍ରୀ ନିରାଶରେ ଖର୍ଚ୍ଚାନ୍ତ ହୋଇ ନିରାଶରେ ଶିକ୍ଷାରୁ ଫେରି ଥିବା ଅଭିଯୋଗ କରିଛନ୍ତି।ଗ୍ରାମର ବହୁ ଛାତ୍ର ଛାତ୍ରୀ ଫେରି ଯିବାରୁ ଅବିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି।ଆଉକେତେ ଦିନ ଏମିତି ଛୁଟି ରହିବ ଓ କେବେ ଖୋଲିବ କେହି ଜାଣି ପାରୁ ନାହାନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଈ ସମସ୍ୟାର ମଶାଧାନ କରିବା ପାଇଁ ଦାବୀ ହୋଇଛି।


