କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ମା’ ଜଗତ ଜନନୀ ସେବାଟ୍ରଷ୍ଟ,ନମ୍ବିରା ପକ୍ଷରୁ ଜିଲ୍ଲାରେ ପାନୀୟ ଜଳର ବ୍ୟବସ୍ଥା,ଶିକ୍ଷାପାଇଁ ପ୍ରୋସôାହନ,ଧର୍ମାନୁଷ୍ଠାନର ବିକାଶ ସାଙ୍ଗକୁ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଧାରାକୁ ବଜାୟ ଜାରୀ ରହିଥିବାବେଳେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶୀତ ଦିନରେ ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣାରେ ଶୀତବସ୍ତ୍ର ପ୍ରଦାନ କରାଯାଉଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନିଦେ୍ର୍ଦଶକ୍ରମେ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଗରିବ ଏବଂ ଅସହାୟ ଗରିବ ଲୋକଙ୍କୁ ମାଗଣାରେ କମ୍ବଳ ବଂଟନ କରାଯାଉଛି । ୨ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡିଛି । ଆଜି କେନ୍ଦୁଝରଗଡ ପୌରପାଳିକାର ୧ନମ୍ବର ୱାର୍ଡ ଅନ୍ତର୍ଗତ ସୁଲେଇଖମାର,ପୋଡାଉଆସ,ସମାଧିସାହି,ଖିଡକିଦ୍ୱାରା ସାହିରେ ଆଦିବାସ ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ କମ୍ବଳ ବଂଟନ କରାଯାଇଛି । କେନ୍ଦୁଝରରେ ଦିନକୁ ଦିନ ଶୀତ ପ୍ରକୋପ ବଢୁଥିବାବେଳେ ଗରିବ ଖଟିଖିଆ ବ୍ୟକ୍ତିମାନେ କମ୍ବଳ ପାଇ ଶୀତରୁ କିଛି ମାତ୍ରାରେ ରକ୍ଷା ପାଇବେ । ଦରିଦ୍ର ରୋଗୀମାନଙ୍କୁ ଚିକିସôାର ସୁବିଧା ଯୋଗାଇ ଆସିଥିବା ଏହି ସଂସ୍ଥା ଦେବପୀଠର ଉନ୍ନତି,ପାନୀୟ ଜଳର ବ୍ୟବସ୍ଥା,ଆମ୍ବୁଲାନ୍ସ ସେବା,ଶିକ୍ଷାର ବିକାଶ ପାଇଁ କାର୍ଯ୍ୟକରି ସାମାଜିକ ଦାୟିତ୍ୱବୋଧକୁ ଆପଣେଇ ଆସିଛି । ପରୋପକାର ପରି ଧର୍ମୀୟ ଭାବନାକୁ ଗୁରୁତ୍ୱ ଦେଇ ଚର୍ଚ୍ଚିତ ହୋଇଥିବା ମା’ଜଗତ ଜନନୀ ସେବାଟ୍ରଷ୍ଟ ଅଭାବୀ ଲୋକମାନଙ୍କ ପାଇଁ ରାହା ଦେଖାଇବା ସହ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଜିଲ୍ଲାବାସୀଙ୍କ ମଙ୍ଗଳ ଏବଂ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ମା’ ଜଗତ ଜନନୀ ସେବାଟ୍ରଷ୍ଟ ସର୍ବଦା ପ୍ରତିଜ୍ଞାବଦ୍ଧ ହୋଇ ରହିବ ବୋଲି ଟ୍ରଷ୍ଟର ସଦସ୍ୟ ତଥା ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ କୁମାର ବେହେରା ସୂଚନା ଦେଇଛନ୍ତି ।