ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା: ସ୍କୁଟି ଚାଳକ ମୃତ ଜଣେ ଗୁରୁତର

ମୁନିଗୁଡ଼ା,୧୦/୧୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅର୍ନ୍ତଗତ ପିସ୍କାପଙ୍ଗା ପଞ୍ଚାୟତ ଅନ୍ତର୍ଗତ ହେମ୍ବୁରୁ ଗ୍ରାମ ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ସ୍କୁଟି ଚାଳକ ମୃତ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡିଛି,ମୃତକ ଜଣକ ମୁନିଗୁଡା ବ୍ଲକ କନ୍ଧ ଗତିଗୁଡା ଗ୍ରାମର ସୁବାସ ପଲକିଆ ଓ ଗୁରୁତର ଜଣକ ଭାସ୍କର ବୋଲି ଜଣାପଡିଛି, ସୂଚନା ଯେ ସୁବାସ ଓ ଭାସ୍କର ଦୁଇ ଜଣ ମୁନିଗୁଡ଼ା ଠାରୁ  ସ୍କୁଟି ଗାଡ଼ିରେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମର ଏକ ସଙ୍କୀର୍ତ୍ତନ ମଣ୍ଡଳୀ ଯଜ୍ଞକୁ ଯାଉଥିବା ବେଳେ ପିସ୍କାପଙ୍ଗା ପଞ୍ଚାୟତ ଅନ୍ତର୍ଗତ ହେମ୍ବୁରୁ ଗ୍ରାମ ନିକଟସ୍ଥ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଏକ କେଟିଏମ୍ ବାଇକରେ ଯୁବକ ଜଣକ ଧ୍ରୃତଗତିରେ ଆସୁଥିବା ବେଳେ ମୁହାମୁହି ଧକ୍କା ହୋଇଥିଲା,ଫଳରେ ସ୍କୁଟି ବାଇକ୍ ଚାଳକ ସୁବାସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟ ଘଟିଥିଲା। ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହୋଇଥିବା ଭାସ୍କରଙ୍କୁ ଆଣି ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସହ ପ୍ରାଥମିକ ଚିକିତ୍ସା କରିଥିଲେ,ତାଙ୍କର ସ୍ଵାସ୍ଥ୍ୟ ଅବସ୍ତା ଅଧିକ ଗୁରୁତର ଥିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। କେଟିଏମ୍ ବାଇକ୍ ଆରୋହୀ ଜଣକ ପିସ୍କାପଙ୍ଗା ଗ୍ରାମର ଅଜୟ ଗୋର୍ଲି ବୋଲି ଜଣାପଡିଛି। ପୋଲିସ ଘଟଣା ସ୍ଥଳରୁ ଦୁଇ ବାଇକୁ ଯବତ କରି ଆଣିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି,ସୁବାସ ଜଣେ ଧର୍ମ ପରାୟଣ ତଥା ମେଳାପୀ ଓ ମିଷ୍ଠୀଭାସି ବ୍ୟକ୍ତି ସହ ଅଞ୍ଚଳର ଜଣେ ସଂକୀର୍ତନ ମଣ୍ଡଳୀ ପ୍ରେମୀ ଭାବେ ବେଶ ପରିଚିତ ଥିଲେ,ଏହି ଦୁର୍ଘଟଣାରେ ସୁବାସଙ୍କ ବିୟୋଗ ଖବର ପ୍ରସାରିତ ହେବାପରେ ପରିବାର,ବନ୍ଧୁବର୍ଗ, ଗତିଗୁଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୁନିଗୁଡା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ