ଗୋଟିଏ ଦିନରେ ୫୫ ଜଣ ଡ୍ରପ ଆଉଟ ଛାତ୍ରଛାତ୍ରୀ ଫେରିଲେ ଶିକ୍ଷା କ୍ଷେତ୍ରକୁ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ରଙ୍କ ବଳିଷ୍ଠ ତତ୍ତ୍ଵାବଧାନରେ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଡିସେମ୍ବର ୧୨ ତାରିଖ ଦିନ ମୋଟ ୫୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖିଛନ୍ତି। ସେଥି ମଧ୍ୟରୁ ୩୩ ଜଣ ଛାତ୍ର ଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ନାମ ଲେଖାଇଥିବା ବେଳେ ଅବଶିଷ୍ଟ ୨୨ ଜଣ ବିଦ୍ୟାଳୟକୁ ଫେରିଛନ୍ତି। ଏହା ପୂର୍ବରୁ ଅଧାରୁ ପାଠ ଛାଡିଥିବା ୧୨ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଇବା ସହ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ସୁନିଶ୍ଚିତ କରାଯାଇଛି ।ଆଗାମୀ ଦିନରେ ଅଧାରୁ ପାଠ ଛାଡିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହିବା ସହିତ ପରବର୍ତ୍ତୀ ସମୟରେ କୌଣସି ଶିଶୁ ଯେପରି ଅଧାରୁ ପାଠ ନଛାଡନ୍ତି ସେଥି ପ୍ରତି ଧ୍ୟାନ ଦିଆଯିବ ବୋଲି ବିଇଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏବିଇଓ ଅମିତା କୁମାରୀ ପାଢ଼ୀ ଓ କୃଷ୍ଣ ଚନ୍ଦ୍ର ବେହେରାଙ୍କ ସଂଦତ ସମସ୍ତ ସିଆରସିସି, ଗୋଷ୍ଠୀ ସମ୍ବଳ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଅଫିସ କର୍ମଚାରୀଙ୍କ ଆନ୍ତରିକ ପ୍ରଚେଷ୍ଟା ଦ୍ଵାରା ଏହା ସମ୍ଭବ ହୋଇପାରିଛି।


