କ୍ଲଷ୍ଟରସ୍ତରୀୟ “ଆସ ସ୍କୁଲ ଯିବା” ପାଇଁ ଶିକ୍ଷା ସଭା-୨୦୨୫ ଅନୁଷ୍ଠିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସମସ୍ତ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଅଙ୍ଗନୱାଡ଼ି କର୍ମୀ, ଆଶ କର୍ମୀ, ଏହି କ୍ଲଷ୍ଟରରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଓ ତାଙ୍କ ପିତାମାତାମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ “ଆସ ସ୍କୁଲ ଯିବା” ନିମନ୍ତେ ଶିକ୍ଷା ସଭା-୨୦୨୫ ବଳଦେବ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଇଚ୍ଛାପୁର କ୍ଲଷ୍ଟରର ସି.ଆର.ସି.ସି. ସେକ୍ ମହମ୍ମଦ୍ ଫୟାଜଉଦ୍ଦିନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଶିକ୍ଷା ସଭାରେ ବିଶିଷ୍ଟ ଅତିଥି ଭାବେ ସହମଣ୍ଡଳ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା, ୬ନମ୍ବର ୱାର୍ଡର ପୌର ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଜେନା, ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାସ, ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁବିନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାର ଉଦ୍ଦେଶ୍ୟ ହେଉଛି ଯେଉଁ ପିଲାମାନେ ପୂର୍ବରୁ ବିଦ୍ୟାଳୟରେ ନାମ ଲେଖାଇଥିଲେ କିନ୍ତୁ ଏବେ ପାଠପଢା ଛାଡି ଦେଇଛନ୍ତି ସେମାନଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଆଣିବା। ଯେଉଁମାନେ କେବେ ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି ସେମାନଙ୍କୁ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା। ବର୍ତ୍ତମାନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନେ ଯେପରି ଅଧାରୁ ପାଠପଢା ଛାଡିବେ ନାହିଁ ଏବଂ ବିଦ୍ୟାଳୟରେ ପାଠପଢା ଜାରି ରଖିବେ ତାହା ସୁନିଶ୍ଚିତ କରିବା। ପିଲାମାନଙ୍କୁ ଶିକ୍ଷା ସହ ଯୋଡିରଖିବା ପାଇଁ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ବିଶେଷ ସାହାଯ୍ୟ ପ୍ରଦାନ କରିବା ଇତ୍ୟାଦି ସମ୍ପର୍କରେ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସଚେତନ କରାଯାଇଥିଲା। ସଭା ଶେଷ ହେବା ପରେ ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ଉପସ୍ଥିତ ସମସ୍ତେ ଯୋଗ ଦେଇଥିଲେ । ସର୍ବଶେଷରେ ବୁଢ଼ୀବିଳାସୁଣୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ