ବାଇକକୁ ଧକ୍କା ଦେଲା ଘରୋଇ କଲେଜ ବସ୍: ଯୁବକ ମୃତ

କଟକ, (ଓ୍ବାଇଏନଏସ): ଘରୋଇ କଲେଜ ବସ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ନଦୀ ବନ୍ଧ ରାସ୍ତାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଯୁବକ ଜଣଙ୍କ ନରାଜ ପଟୁ ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଇଥିଲା କଲେଜ ବସ୍ । ଘଟଣାସ୍ଥଳରେ ମର୍କତ ନଗର ଥାନା ପୋଲିସ ପହଞ୍ଚି ମୃତଦେହକୁ ଏସସିବି ମେଡିକାଲକୁ ପଠାଇଛି । ଅନ୍ୟପଟେ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଉଭୟ ବାଇକ୍ ଓ ବସ୍କୁ ଜବତ କରିଛି ପୋଲିସ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ