ଛତ୍ରପୁରରେ ଏଫଏଣ୍ଡଏ ଫିଟନେସ ଜିମକୁ ଉଦଘାଟନ କଲେ ବିଧାୟକ

ଛତ୍ରପୁର, (ଓ୍ବାଇଏନଏସ) : ସୁନ୍ଦର ଶରୀର ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ଆଜିକା ଦିନରେ ବ୍ୟାୟାମ ନିହାତି ଆବଶ୍ୟକ। ଯୁବ ପୀଢ଼ି ବ୍ୟାୟାମ ପ୍ରତି ଆଗ୍ରହୀ ହେଉ ଥିବାବେଳେ ସେମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟ ନେଇ  ଆଜି ଗଞ୍ଜାମ ଜିଲ୍ଲା  ଛତ୍ରପୁର ଷ୍ଟେସନ ରୋଡ଼   କୃଷକ ବଜାର ନିକଟ ରେ ଏକ ଉନ୍ନତ ମାନର ଟେକ୍ନୋଲୋଜି ଥିବା ଏଫ ଏଣ୍ଡ ଏ ଫିଟନେସ  ଜିମ ଉଦଘାଟିତ ହୋଇଯାଛି l  ଏହି ଜିମ କୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ,  ସ୍ୱାସ୍ଥ୍ୟ ହିଁ ସବୁ ଠୁ ବଡ଼ ସମ୍ପଦ.. ଆଜିର ଯୁବ ପିଢ଼ି ଯଦି ଫିଟ ଓ ଶକ୍ତି ଶାଳୀ ହେବ.. ତେବେ ଆସନ୍ତାକାଲିର ସମାଜ ଆପେଖ୍ୟାତିତ ଭାବେ ଶକ୍ତି ଶାଳୀ ହେବ ବୋଲି ସେ କହିଥିଲେ,  ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, ୩ ନଂ ୱାର୍ଡ କାଉନସିଲର ମାମା ସେଠି, ସୁନାମଧନ୍ୟ ବଡିବିଲଡର ନାରାୟଣ ସାହୁ, ରାଜେଶ ବାବୁ ଆଚାରୀ, ଅଜିତ କୁମାର ପାତ୍ର, ପ୍ରାଣ କୃଷ୍ଣ ସାହୁ ଓ ପିଙ୍କି ବେହେରା  ପ୍ରମୁଖ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ । ଏହି ଜିମ ବା ବ୍ୟାୟାମ କେନ୍ଦ୍ର ଆଗାମୀ ଦିନରେ ସମସ୍ତ ବର୍ଗ ଲୋକଙ୍କ ମନ ଜିଣିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ଜିମ ସହାୟକ ହେବ ବୋଲି ପରିଶେଷରେ ଏଫ ଏଣ୍ଡ ଏ ଫିଟନେସ  ଜିମ ର ପରିଚାଳକ ଜଲାଲ ଖାନ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ