ବାଙ୍ଗୋରରେ ରକ୍ତଦାନ ଶିବିର
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଳକ ବାଙ୍ଗୋର ସମବାୟ ସମିତି କାର୍ଯ୍ୟାଳୟରେ ଏଚ.ଡି.ଏଫ୍.ସି ବ୍ୟାଙ୍କ ପକ୍ଷରୁ ବାଙ୍ଗୀର ସମବାୟ ସମିତି ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସମିତିର ସଭାପତି ବିଶ୍ଵଜିତ ରାଉତ, ସମବାୟ ସମିତିର ସମ୍ପାଦକ ସୁଶାନ୍ତ ମହାରଣା, ବିକାଶ ସାହୁ, ଏଚ.ଡି.ଏଫ୍.ସି ବ୍ୟାଙ୍କର ସଞ୍ଜୀବ କୁମାର ସାହୁ ଯୋଗଦେଇ ଶିବରକୁ ଉଦ୍ଘାଟନ କରିଥିଲେ । ଏଥିରେ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଆନନ୍ଦପୁର ମେଡିକାଲ ରକ୍ତ ଭଣ୍ଡାରର ଅଶୋକ କୁମାର, ରମାକାନ୍ତ ମହାନ୍ତି, ସସ୍ମିତା ଦେହୁରୀ, ପୂର୍ଣଚନ୍ଦ୍ର ମାଝୀ, ମଙ୍ଗୁଳି ସାହୁ, ଡ. ପ୍ରଭାତ ରଞ୍ଜନ ସିଂ ଉପସ୍ଥିତ ଥିବାବେଳେ ସମିତିର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।


