ପଞ୍ଚୁଗୋଛିଆରେ ପଞ୍ଚାୟତ ପ୍ରିମିୟମ ଲିଗ ଆରମ୍ଭ
ହାଟଡିହି (ଓ୍ବାଇଏନଏସ): ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୫ ଆଜି ମହନ୍ତ ପଡିଆରେ ଉଦଘାଟିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲା ମହିଳା ମୋର୍ଚ୍ଚାର ସମ୍ପାଦିକା ଦିପ୍ତିମୟୀ ଖୁଣ୍ଟିଆ, ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀନେଶ କୁମାର ସେଠି, ମୁଗୁପୁର ନୋଡାଲ ଉ ପ୍ରା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମକରଧ୍ଵଜ ଓଝା ଏବଂ ପ୍ରତିଷ୍ଠିତ ଖେଳାଳୀ ଶୁଭାଦ୍ରି ବଳିୟାରସିଂ ଉପସ୍ଥିତ ହୋଇ ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ l ଉଦ୍ଘାଟନୀ ମ୍ୟାଚରେ ଇଣ୍ଡସ ଇଲେଭେନ ଟସ ଜିତି ପ୍ରଥମେ ଇଲାଇଟ ଇଲେଭେନ କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା l ଇଲାଇଟ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬୪ ରନ କରି ଅଲଆଉଟ ହୋଇଥିଲା l ପରେ ଇଣ୍ଡସ ଇଲେଭେନ ଉକ୍ତ ଲକ୍ଷ୍ୟକୁ ୬ ଓଭରରେ ତିନି ଉଇକେଟ ହରାଇ ହାସଲ କରିନେଇଥିଲା l ଦେବ ଜେନା ଉତ୍କୃଷ୍ଟ ବୋଲିଂ କରି ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ l ସେହିଭଳି ଦ୍ୱିତୀୟ ମ୍ୟାଚରେ ରୟାଲ ବୁଲସ ଟିମ ଫ୍ଲାଇଙ୍ଗ ଏଭିଏଟର ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା l ନିର୍ଦ୍ଧାରିତ ୧୦ ଓଭରରେ ରୟାଲ ବୁଲସ ୮ ଗୋଟି ଉଇକେଟ ହରାଇ ୧୨୧ ରନ କରିଥିଲା l ୧୨୨ ରନର ବିଜୟ ଲକ୍ଷ ନେଇ ପଡିଆ କୁ ଓଲ୍ହାଇଥିବା ଫ୍ଲାଇଙ୍ଗ ଏଭିଏଟର ଦଳ ବ୍ୟାଟିଂ ବିପର୍ଯୟର ସଂମ୍ମୁଖୀନ ହୋଇ ୬୭ ରନ ରେ ସମସ୍ତ ଉଇକେଟ ହରାଇ ୫୪ ରନ ରେ ପରାଜୟ ବରଣ କରିଥିଲା l ମନୋଜ ପଣ୍ଡା ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ l ଅମ୍ପାୟାର ଭାବେ ରଶ୍ମି ରଞ୍ଜନ ରାଉତ ଓ ଜ୍ୟୋତି ରଞ୍ଜନ ଧଳ ମ୍ୟାଚ ପରିଚାଳନା କରିଥିଲେ l ସ୍କୋରର ଭାବେ ସୂର୍ଯ୍ୟକାନ୍ତ ଜେନା ଓ ବିବେକାନନ୍ଦ ବେହେରା, ଭାଷ୍ୟକାର ଭାବେ ଚୈତନ୍ୟ କାଣ୍ଡି ଓ ଧ୍ୟାନ ରଞ୍ଜନ ଦାସ ଦାୟିତ୍ୱ ନିର୍ବାହ କରିଥିଲେ l ପୂର୍ଣ୍ଣଚନ୍ଦ୍ର ବାରିକ, ଚିନ୍ମୟ ଓଝା, ସୁଧାଂଶୁ ଶେଖର ନାୟକ, ଆକାଶ କୁମାର ସାହୁ, ଅଭୟ ଓଝା, ବିଜୟ କୁମାର ନାୟକ, ଅମ୍ରିତାଂଶୁ ଦାସ, ପ୍ରତାପ ଜେନା, ଆକାଶ ଜେନା, ଭଞ୍ଜ କିଶୋର ଦଳେଇ ଆଦି ମ୍ୟାଚ ପରିଚାଳନା କରିଥିଲେ ଲ ଏହି ମ୍ୟାଚ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।


