ମୌଦା ଗ୍ରାମରେ ବଡ ଧରଣର ଲୁଟ, ଗ୍ରିଲ ତାଲା ଭାଙ୍ଗି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା
ହାଟଡିହି (ଓ୍ବାଇଏନଏସ): ସୋସୋ ଥାନା ମୌଦା ଗ୍ରାମରେ ଗତକାଲି ରାତିରେ ବଡ ଧରଣର ଲୁଟ ହୋଇଛି। ଲୁଟେରା ମାନେ ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଘରେ କେହି ରହିନଥିବା ସୁଯୋଗରେ ଦୁର୍ବୁତ୍ତ ମାନେ ଗ୍ରିଲ ତାଲା ଭାଙ୍ଗି ଘର ଭିତରୁ ୫ ଭରି ରୁ ଉର୍ଦ୍ଧ ସୁନା ଗହଣା ଓ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି। ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଅସୁସ୍ଥ ଥିବାଯୋଗୁଁ ସେ ସମ୍ବଲପୁରରେ ବଡ଼ ପୁଅ ନିକଟରେ ରହୁଥିବା ବେଳେ ଘରେ ସାନ ପୁଅ ରୁହେ। ସାନପୁଅ ସୁବ୍ରତ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ସୁବ୍ରତ ଘରକୁ ଫେରିବା ପରେ ଲୁଟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରିବାର ଲୋକେ ଏନେଇ ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋସୋ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ରୁ ସାଇଣ୍ଟିଫିକ ଟିମ ଡକାଇ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।


