ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା– କୋଶମ୍ବ ଉଦଘାଟିତ

ବାଲେଶ୍ୱର,(ସରୋଜ ପଣ୍ଡା): ଜିଲ୍ଲା ସ୍ୱଦେଶୀ ମେଳା ଏବଂ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା–କୋଶମ୍ବ ଆଜି ଭବ୍ୟ ଉଦ୍ଘାଟନୀ ସଭା ସହିତ ଆରମ୍ଭ ହୋଇଛି। ଉଦ୍ଘାଟନୀ ସଭାରେ ମାନ୍ୟବର ବିଧାୟକ, ବାଲେଶ୍ୱର ଶ୍ରୀ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟିକା, ବସ୍ତା ଶ୍ରୀମତୀ ସୁଭାଷିନୀ ଜେନା, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ କୁମାର ଖଟୁଆ, ମାନ୍ୟବର ବିଧାୟକ, ଭୋଗରାଇ ଶ୍ରୀ ଗୌତମ ବୁଦ୍ଧ ଦାସ, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଏବଂ ମାନ୍ୟବର ପୌରପାଳିକା ଅଧ୍ୟକ୍ଷା, ବାଲେଶ୍ୱର ଶ୍ରୀମତୀ ସବିତା ପ୍ରଧାନ ବରେଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସଭାର ସଭାପତିତ୍ୱ କରିଥିଲେ। ଏହି ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ; ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଓ ରାଜସ୍ୱ); ଉପ-ଜିଲ୍ଲାପାଳ, ବାଲେଶ୍ୱର ଏବଂ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଉପସ୍ଥିତ ରହି ମେଳା–କୋଶମ୍ବର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ।  ବରେଣ୍ୟ ଅତିଥି ବୃନ୍ଦଗଣ ବାଲେଶ୍ୱର ଜିଲ୍ଲାର ଐତିହାସିକ, ସାଂସ୍କୃତିକ ଓ ଔଦ୍ୟୋଗିକ ସଫଳତା ସହିତ ଲଘୁ ଓ କ୍ଷୁଦ୍ର ବ୍ୟବସାୟର ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ମେଳାରେ ସର୍ବମୋଟ ୪୦୦ଟି ଷ୍ଟଲ ସ୍ଥାପିତ ହୋଇଥିବା ବେଳେ ତାହାମଧ୍ୟରୁ କୃଷି ବିଭାଗର ୫୦ଟି ଷ୍ଟଲ ସାମିଲ ଅଛି। ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ଖାଦ୍ୟପେୟର ଆକର୍ଷଣୀୟ ସମ୍ଭାର ମେଳାକୁ ଅଧିକ ରଙ୍ଗୀନ କରିଛି। ନିଆରା ପୁସ୍ତକ ମେଳା ସହିତ “ବାଲେଶ୍ୱର: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ଭିତ୍ତିକ ଫଟୋ ପ୍ରଦର୍ଶନୀ ମେଳାର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ସୁସଂଗଠିତ ବ୍ୟବସ୍ଥା ରହିଛି, ଯାହା ଦର୍ଶକମାନଙ୍କୁ ମନୋରଞ୍ଜନ ସହିତ ସାଂସ୍କୃତିକ ସଚେତନତା ପ୍ରଦାନ କରୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ