୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ:ସେମି ଫାଇନାଲ ରେ ଆଦିତ୍ୟ ଇଲେଭେନ

କାକଟପୁର  /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):  ପୁରୀ ଜିଲ୍ଲା କାକଟପୁର ମିନିଷ୍ଟାଡ଼ିୟମ ରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ରେ ଶନିବାର ତୃତୀୟ କ୍ୱାଟର ଫାଇନାଲମ୍ୟାଚ ରେ  ନିମପୁର କଟକ କୁ ହରାଇ ଆଦିତ୍ୟ ଇଲେଭେନ, ଭୁବନେଶ୍ୱର ସେମିଫାଇନାଲ ରେ ପ୍ରବେଶ କରିଛି।  ଖବର ମୁତାବକ,ପ୍ରଥମେ ଟସ ଜିତି ନିମପୁର କଟକ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ନିର୍ଦ୍ଧାରିତ ୨୫ ଓଭର ଖେଳରେ ୨୦. ୪ଖେଳି ୮୯ କରି ସମସ୍ତ ଉଇକେଟ ହୋଇଥିଲା।ଦଳ ପକ୍ଷରୁ ଆକାଶ ପ୍ରଧାନ ୧୫ ବଲ ରୁ ୨୪ରନ ଏବଂ ଏସ କେ ଇରଫାନ ୨୭ବଲ ରୁ ୨୯ରନ କରିଥିଲେ। ବୋଲିଂ ରେ ଆଦିତ୍ୟ ଇଲେଭେନ ତରଫରୁ ମନୋଜ ବାରିକ ୫ ଓଭର ବୋଲିଂ କରି ୨୪ ରନ ଦେଇ ୪  ଉଇକେଟ ହାସଲ କରିଥିଲେ। ୯୦ରନ ର ବିଜୟ ଲକ୍ଷ୍ୟ କୁ ପିଛା କରି ଆଦିତ୍ୟ ଇଲେଭେନ ଭୁବନେଶ୍ୱର ୧୧. ୪ ଓଭର ରେ ୬ଉକେଟ ହରାଇ ବିଜୟୀ ଲାଭ କରିଥିଲା।ଦଳ ପକ୍ଷରୁ ସ୍ୱରାଜ ଚୌଧୁରୀ ୧୭ଟି ବଲ ରୁ ୩୧ରନ ଏବଂ ନୟନ ଗୁପ୍ତା ୨୨ବଲ ରୁ ୩୫ରନ ର ମ୍ୟାଚ ବିଜୟୀ ଇନିଂନ୍ସ ଖେଳିଥିଲେ। ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ନୟନ ଗୁପ୍ତା ଙ୍କୁ ମଙ୍ଗଳା ଆଥେଲେଟିକ ଆସୋସିୟସନ ର କୋଷାଧକ୍ଷ ଇଂ ସୂର୍ଯ୍ୟକାନ୍ତ ଦୀକ୍ଷିତ ଏବଂ କ୍ରୀଡା ସମ୍ପାଦକ ଭାଗବତ ସ୍ୱାଇଁ ପୁରସ୍କାର ପ୍ରଧାନ କରିଥିଲେ। ଏହି ମ୍ୟାଚ କୁ ଦୁଇ ବରିଷ୍ଠ ଅମ୍ପାୟାର ନିର୍ମଳ ମିଶ୍ର ଏବଂ ସତ୍ୟ ସାଗର ଦାସ ଖେଳ ପରିଚାଳନା କରିଥିଲେ।ଆସୋସିଏସନ ର ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ, ସଞ୍ଜୟ ସାମଲ, ଶ୍ୟାମ ଲାଲ ରଣ, ତପନ ଦୀକ୍ଷିତ, ଧୀରେନ୍ଦ୍ର ଚାନ୍ଦ, ରଶ୍ମି  ମହାନ୍ତି. ଅକ୍ଷୟ ପ୍ରସାଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।ରବିବାର ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ ଆଲଫା ଇଲେଭେନ ବ୍ରହ୍ମପୁର ଏବଂ ମଙ୍ଗଳା କ୍ଲବ ମଧ୍ୟରେ ଅନୁଷ୍ଠିତ ହେବବୋଲି ସଭାପତି ପ୍ରଦୀପ୍ତ ଦୀକ୍ଷିତ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ