କଟକରୁ ଜଗତସିଂହପୁର ଯୁବକଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ

କଟକ, (ଓ୍ବାଇଏନଏସ):ତପନ କୁମାର ଶତପଥୀ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ। ଗତ ୨୬ ତାରିଖରେ ଜଗତସିଂପୁର ବିରିଡ଼ି ଅଞ୍ଚଳର ତପନଙ୍କୁ କଟକ ନୂଆବଜାର ଅଞ୍ଚଳରୁ ଅପହରଣ କରାଯାଇଥିଲା। ଦୁଇ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗିଥିଲେ ଅପହରଣକାରୀ। ଅପହରଣ ଅଭିଯୋଗ ମଧୁପାଟଣା ଥାନାରେ ହେବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଶେଷରେ ସୋନପୁରରୁ ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ପୋଲିସ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ଦିବ୍ୟ ଲୋଚନ ବେହେରା, ଅଜିତ ମିଶ୍ର ଓ ଜମ୍ବେଶ୍ଵର ମିଶ୍ର। ତେବେ ପୋଲିସକୁ ଚକମା ଦେବା ପାଇଁ ଅପହରଣକାରୀ ମାନେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ। ବଲାଙ୍ଗୀର ଓ ସୋନପୁର ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା। ଚାକିରି ନାଁରେ ଟଙ୍କା କାରବାର ଅପହରଣ ପଛର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ