ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଲିପ୍ସାରାଣୀ ରାଉତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଆଶାଦେବୀ ଉଚ୍ଚ ବିଦ୍ୟାଳୟ, ଜମ୍ଭିରାର ଛାତ୍ରୀ ଲିପ୍ସାରାଣୀ ରାଉତ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ -୨୬ରେ କେନ୍ଦୁଝର ଜିଲ୍ଲା ତରଫରୁ ଜଳ ସଂରକ୍ଷଣ ଓ ପରିଚାଳନା ଭପବିଭାଗରେ ଭାଗ ନେଇ ରାଜ୍ୟ ସ୍ତରରେ ପ୍ରଥମ ହୋଇ କେନ୍ଦୁଝର ଜିଲ୍ଲାକୁ ଗୌରବାନ୍ନିତ କରିଛନ୍ତି । ଏଥିପାଇଁ ଲିପସାରାଣୀ ଓ ତାଙ୍କ ଗାଇଡ଼ ବରିଷ୍ଠ ବିଜ୍ଞାନ ଶିଷକ ପ୍ରଶାନ୍ତ କୁମାର ବେହେରା ଯୁଗ୍ମ ନିର୍ଦେଶକ ଏନ. ସି. ଇ. ଆର. ଟି ନୂଆଦିଲ୍ଲୀ ଓ ଏସିଆରଟି ଓଡ଼ିଶାର ସହଉପନିର୍ଦ୍ଦେଶକ ପ୍ରଲିପ୍ତା ମିଶଙ୍କ ଉପସ୍ଥିତିରେ ପ୍ରମାଣପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଲିପ୍ସାରାଣୀ ଆସନ୍ତା ଜନୁଆରୀ ୧୩ ତାରିଖରେ କୋଲକତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ବିଜ୍ଞାନ ମେଳାରେ ଭାଗନେବେ । ଲିପ୍ସାରାଣୀ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଉପ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଡି ଏସ ଏସ ପରମେଶ୍ୱର ମହନ୍ତ ହାଟଡିହି ବିଇଓ ରାଜୀବ ଦଳେଇ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଚାଟନ କରିଥିଲେ ଓ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଯାପନ ସଭାରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।


