ପୋଷ୍ଟ ଅଫିସକୁ ଉଠାଇବା ନିମନ୍ତେ ବିଜ୍ଞପ୍ତି ଜାରି: ବିରୋଧ କରି ଜାନୁୟାରୀ ୨ ରୁ ଅହରାତ୍ର ଧାରଣାକୁ ଓଲ୍ହାଇବେ ଗ୍ରାମବାସୀ  

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ମିଞ୍ଚିଣିପାଟଣା (ରମ୍ବା ) ଉପଡାକଘର ( ସହ – ପୋଷ୍ଟ ଅଫିସ )କୁ ଉଠାଇବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି l ଦୀର୍ଘ ୫୦ ବର୍ଷ ଧରି ରହିଥିବା ସହ- ପୋଷ୍ଟ ଅଫିସକୁ ଉଠାଇବା ବିରୁଦ୍ଧରେ ସ୍ଥାନୀୟ ଅଂଚଳ ରେ ଉତେଜନା ଦେଖାଦେଇଛି l    ଏହାର ପ୍ରତିବାଦ ରେ ଜାନୁୟାରୀ ୨  ତାରିଖ ଠାରୁ ଅହରାତ୍ର ଧାରଣା ଦେବେ ବୋଲି ଗ୍ରାମ ବାସୀ ପକ୍ଷରୁ ସୂଚନା ମିଳିଛି l ଏନେଇ ବୁଧବାର ଅପରାହ୍ନ ରେ ପୂର୍ବତନ ବିଧାୟକ ତଥା ସିପିଆଇ ରାଜ୍ୟ ନେତା ଏନ. ନାରାୟଣ ରେଡ୍ଡୀ ଙ୍କ ନେତୃତ୍ୱ ରେ ଗ୍ରାମର ବହୁ ଭଦ୍ରବ୍ୟକ୍ତି ମାନେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏହି ପୋଷ୍ଟ ଅଫିସ ହେଉଛି ବହୁ ପୁରୁଣା ପୋଷ୍ଟ ଅଫିସ l ଏହି ପୋଷ୍ଟ ଅଫିସ ଲାଗି ସ୍ଥାନୀୟ ଅଂଚଳବାସୀ ସଂଚୟ, ଉଠାଣ ସାଙ୍ଗକୁ ପାର୍ସଲ,ମନିଅର୍ଡର ର ସୁବିଧା ପାଉଥିଲେ l ଏଠାରୁ  ଉଠାଗଲେ ଅଂଚଳ ବାସୀ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେବେ  ବୋଲି ସେମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏଣୁ ସହ – ପୋଷ୍ଟ ଅଫିସ ଟି ସେଠାରୁ ନ ଉଠାଇବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି l ନଚେତ ଆଗମୀ ଦିନ ରେ ରାଜରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି l ଏହି ଦାବୀ ପତ୍ର ପ୍ରଦାନ ବେଳେ ଭାସ୍କର ପାତ୍ରଙ୍କ ସମେତ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ପୂର୍ବରୁ ଭଦ୍ରବ୍ୟକ୍ତି ମାନେ ଡାକବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭେଟି ସେମାନଙ୍କ ଦାବୀ ସମ୍ପର୍କ ରେ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ