ଓକିଲ ସଂଘ ପକ୍ଷରୁ ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ବିଚାରବିଭାଗୀୟ ଅଦାଲତରେ ନୂତନ ଭାବେ କନିଷ୍ଠ ଦେୱାନୀ ବିଚାରପତି ରୂପେ ଇର୍ଷିତା କେଶରୱାନୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆସିକାର ଅଦାଲତରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କନିଷ୍ଠ ଦେୱାନୀ ବିଚାରପତି ଇର୍ଷିତା କେଶରୱାନୀଙ୍କୁ ଆସିକା ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଜର୍ଜ ମନୋଜ କୁମାର, ବରିଷ୍ଠ ଦେୱାନୀ ବିଚାରପତି ସୁକାନ୍ତ କିଶୋର ଜେନା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏ.ଗୀତାଞ୍ଜଳୀ ନାଇଡୁ ଏବଂ ଜେ.ମୋହିନୀ, ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା କନିଷ୍ଠ ଦେୱାନୀ ବିଚାରପତି ଇର୍ଷିତା କେଶରୱାନୀ, ଆସିକା ଓକିଲ ସଂଘର ସଂପାଦକ ଚିତ୍ତରଂଜନ ଦାଶ ପ୍ରମୁଖ ମଂଚାସୀନ ଥିଲେ । ଆସିକା ଓକିଲ ସଂଘର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ଓ ରବିନ୍ଦ୍ରନାଥ ଶର୍ମା ଏବଂ ନାରାୟଣ ମୁନି ପ୍ରମୁଖ ଯୋଗଦେଇ ଆସିକାର ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓକିଲ ସଂଘ ପକ୍ଷରୁ ନୂତନ କନିଷ୍ଠ ଦେୱାନୀ ବିଚାରପତି ଇର୍ଷିତା କେଶରୱାନୀଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଇର୍ଷିତା କେଶରୱାନୀ ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ଉପସଭାପତି ଜି.ସୂର୍ଯ୍ୟପ୍ରକାଶ ରାଓ, କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା, ସୁରେନ୍ଦ୍ରନାଥ ପଣ୍ଡା, ଦ୍ୱାରିକାନାଥ ପରିଡା, ସନ୍ତୋଷ କୁମାର ପାଣିଗ୍ରାହୀ, ନାରାୟଣ ବେହେରା, ନାରାୟଣ ମୁନି, ମାନସ ରଂଜନ ଗୌଡ, ଶିଶିର କୁମାର ନାୟକ, ଶରତେନ୍ଦୁ ପଣ୍ଡା, କେ.ବ୍ରହ୍ମାନନ୍ଦ ରାଓ, ପି.ଶିବଶଙ୍କର ପାତ୍ର, ପି.ରବିନ୍ଦ୍ର କୁମାର ପାତ୍ର, ବିଦେଶୀ ନାହାକ, ପ୍ରଭାତ କୁମାର ପାଢୀ, ମହେଶ୍ୱର ବେହେରା, ସନ୍ତୋଷ କୁମାର ମିଶ୍ର, ଗଙ୍ଗାଧର ନାହାକ, ଶିବଶଙ୍କର ମହାନ୍ତି, କାଳୁଚରଣ ଜେନା, ବି.ମୋହନ ରାଓ ଦୋରା, ସୁଧିର ତ୍ରିପାଠୀ, ଭି.ଖୋକନ୍ ରାଓଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


