ଜବାହାର ନବୋଦୟ ବିଦ୍ୟାଳୟ ହଦଗଡ଼ର ବାର୍ଷିକ ଦିବସ ସମାରୋହ
ହାଟଡିହି(ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ହଦଗଡ଼ର ବାର୍ଷିକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୩୦ ତାରିଖ ଦିନ ୪୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରାଯାଇ ଥିଲା। ଡ଼ିଏସପି ମାନସ ବାରିକ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଖେଳ ଶିକ୍ଷୟିତ୍ରୀ ସରୋଜ ଦେବୀ, ଖେଳ ଶିକ୍ଷକ ଗୌରବ କୁମାରଙ୍କ ନେତୃତ୍ୱରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଉଦଯାପନ ଉତ୍ସବରେ ଭଦ୍ରକର ଏନସିସି ନୌସେନା ୟୁନିଟ୍ର କମାଣ୍ଡିଂ ଅଫିସର ଶ୍ରୀ ସୁଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସନ୍ଧ୍ୟାରେ ବିଦ୍ୟାଳୟର ବହୁମୁଖୀ ହଲରେ ବାର୍ଷିକ ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥୁ ଭାବେ ଆନନ୍ଦପୁର ଉପ-ଜିଲ୍ଲାପାଳ ତଥା ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ନୀଳମାଧବ ସୁନା ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ଏନସିସି ନୌସେନା ୟୁନିଟ୍ ଭଦ୍ରକର କମାଣ୍ଡିଂ ଅଫିସର ଶ୍ରୀ ସୁଦୀପ କୁମାର ସାହୁ, ଆନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଶ୍ରୀକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ I ପୂର୍ବତନ ପିଟିସି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, ଭିଏମସି ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥିମାନଙ୍କ ଦ୍ବାରା ପ୍ରଭୁ ଜଗନ୍ନାଥଙ୍କ ଚରଣରେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଅଧ୍ୟାପିକା ଶ୍ରୀମତୀ ରେଜିସ୍ କୁଜୁର, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଧିର କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ ଭାଷଣ ଦେବା ସହ ବିଦ୍ୟାଳୟ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ସାହୁଙ୍କ ନେତୃତ୍ବରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅତିଥି ମାନଙ୍କ ପ୍ରେରଣାଦାୟକ ଭାଷଣ ସମସ୍ତଙ୍କ ମନକୁ ମୋହିତ କରିଥିଲା। ଅଧ୍ୟାପିକା ଶ୍ରୀମତୀ କବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଉପେନ୍ଦ୍ରନାଥ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ଧଲ୍ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।


