ଆମ୍ବଡହରା ଗ୍ରାମରେ ବ୍ଲକସ୍ତରୀୟ ୱାଟରସେଡ ମହୋତ୍ସବ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ ବାଂଶପାଳ ବ୍ଲକ ତଳକଇଁସାରୀ ପଂଚାୟତ ଆମ୍ବଡହରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଅନୁଷ୍ଠିତ ୱାଟରସେଡ ମହୋତ୍ସବରେ ସଦର ବ୍ଲକର ଚାଷୀ,ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଏବଂ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ । ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଯୋଗ ଦେଇ ମୃତ୍ତିକା ସଂରକ୍ଷଣ,ବର୍ଷାଜଳ ସଂଗ୍ରହ,ଜଳ ଉତ୍ସର ସଠିକ୍ ପରିଚାଳନା କରି ଚାଷୀ କିପରି ଆତ୍ମନିର୍ଭରଶୀଳ ହେବ ସେ ସମ୍ପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ସାହୁ,ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ,ତଳକଇଁସାରୀ ସରପଂଚ ଶକୁନ୍ତଳା ଦେହୁରୀ,ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ବାରିକ,ଶାନ୍ତିଲତା ରଣା,ତେଲକୋଇ ବିଧାୟକଙ୍କ ପ୍ରତିନିଧି ଉମାଶଙ୍କର ବାରିକ,ସମିତି ସଭ୍ୟ ବାସନ୍ତୀ ବେହେରା,ବାଂଶପାଳ ବ୍ଳକ କୃଷି ଅଧିକାରୀ ପ୍ରିୟଙ୍କା ମିଶ୍ର,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୋନାଲି ପତି ପ୍ରମୁଖ ଯୋଗ ଦେଇ କୃଷିର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତାଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୁକାନ୍ତ କୁମାର ସାହୁ ଯୋଗ ଦେଇ କୃଷି ବିଜ୍ଞାନ ପରିସରରେ ଥିବା ଆଗ୍ରୋ ପଲିଟେକନିକ ସେଂଟର ରେ ଗ୍ରାମୀଣ ଯୁବକ/ଯୁବତୀମାନଙ୍କ ପାଇଁ ଏକ ୬ ମାସିଆ ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ମାଟ୍ରିକ ପାସ କରିଥିବା ୧୫ ରୁ ୪୫ ବର୍ଷର ଯୁବକ/ଯୁବତୀମାନେ ଏହାର ସୁବିଧା ନେଇ ନିଜକୁ ରୋଜଗାରକ୍ଷମ କରିପାରିବେ ଏବଂ ଏହାର ସୁବିଧା ନେବାକୁ ସେ କହିଥିଲେ । ବ୍ଲକସ୍ତରୀୟ ୱାଟରସେଡ ମହୋତ୍ସବ ଅବସରରେ ପୋଖରୀ ଖନନ,ବୃକ୍ଷରୋପଣ ଆଦି ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆମ୍ବଡହରା ଗ୍ରାମରେ ବୃକ୍ଷରୋପଣ ଏବଂ ଜଳ ଅମଳ ପ୍ରକଳ୍ପ ବା କ୍ଷେତ ପୋଖରୀ ଖନନ ପାଇଁ ଭୂମିପୂଜନ କରାଯାଇଥିଲା । ଏହି ମହୋତ୍ସବକୁ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ରାଉତ ପରିଚାଳନା କରିଥିବାବେଳେ ସହକାରୀ ନିର୍ଦ୍ଦେଶକ ବନମାଳି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ