ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ବିଦ୍ୟାଳୟ କେବଳ ଶିକ୍ଷାର ସ୍ଥାନ ନୁହେଁ, ଏହା ପରିବର୍ତନ ଏକ ମନ୍ଦିର, ଜ୍ଞାନର ଭଣ୍ଡାର। ଯେଉଁଠାରେ ଉତ୍ତମ ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଶିକ୍ଷା ଦିଆଯାଏ। ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷାର ଭବିଷ୍ୟତ ପାଇଁ ଏକ ଦୂରଦୃଷ୍ଟି ପୂର୍ଣ୍ଣ ରୋଡ଼ ମ୍ୟାପ ପ୍ରଦାନ କରେ। ଯାହା ସାମଗ୍ରିକ, ବହୁବିଧ ଏବଂ ଭାରତୀୟ ନୀତିରେ ଗଭୀର ଭାବେ ମୂଳ ବିଶ୍ୱ ଆକାଂକ୍ଷା କୁ ଗ୍ରହଣ କରିବା ସହିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତର ରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାତ୍ମକ ଉପରେ ଗୁରୁତ୍ୱ ଦିଏ। ଜୀବନବ୍ୟାପି ଶିକ୍ଷାର ମୂଳଦୁଆ ସହ ଆନନ୍ଦ ଦାୟକ ଏବଂ କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷା ପାଇଁ ଆହ୍ୱାନ କରେ। ଯେଉଁଠାରେ ପିଲା ମାନେ ରୁଟ ମେମୋରାଇଜେସନ ପରିବର୍ତ୍ତେ ଅନୁସନ୍ଧାନ, ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ କରି ଶିଖିଚାଲିଥାନ୍ତି। ୨୦୨୦ମାତୃଭାଷା କିମ୍ବା ସ୍ଥାନୀୟ ଭାଷାକୁ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହାର କରିବାକୁ ମଧ୍ୟ ଉତ୍ସାହିତ କରେ, ଯାହା ପିଲା ମାନଙ୍କ ଧାରଣା ଗୁଡିକୁ ଅଧିକ ସ୍ୱାଭାବିକ ଭାବେ ବୁଝିବାରେ ଏବଂ ଶିକ୍ଷା ସହିତ ଭାବ ପ୍ରବଣ ସଂଯୋଗ ବିକଶିତ କରିବାରେ ସାହାଯ୍ୟ କରେ। ଏହି ବିଦ୍ୟାଳୟ ଗୌରବମୟ ଐତିହ କୁ ଉଜ୍ଜୀବିତ କରି ରଖିବା ଦିଗରେ ଆୟୋଜକ, ପୂର୍ବତନ ଛାତ୍ର ଏବଂ ଶୁଭେଛୁ ଭୂମିକା ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ଶିଳ୍ପ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ନିଜ ବକ୍ତବ୍ୟ ରେ କହିଥିଲେ। ବରଂ ସମାଜର ନୈତିକ କର୍ତ୍ତବ୍ୟ ବୋଲି ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୮୨ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ମତବ୍ୟକ୍ତ କରିଛନ୍ତି।ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ପୌରୋହିତ ରେ ଆୟୋଜିତ କାର୍ଯ୍ୟକ୍ରମ ଆଦ୍ୟ ଅଧିବେଶନ ପୂର୍ବାହ୍ନରେ ଅତିଥି ମାନଙ୍କ ଉପସ୍ଥିତ ଥିବା ବେଳେ ୮୨ବର୍ଷ ଉତ୍ସବ ଅବସରରେ କାକଟପୁର ଅଧିତାଷ୍ଟି ଦେବୀ ଜଗତଜନନୀ ମା ମଙ୍ଗଳା ଙ୍କ ନିକଟରେ ୮୨ଟି ଦୀପ ଦାନ ବିଦ୍ୟାଳୟ ଛାତ୍ର ଛାତ୍ରୀ କରିଥିଲେ। ଅପରାହ୍ନ ସମୟରେ ପ୍ରଧାନଶିକ୍ଷକ ଙ୍କ ସଭାପତିତ୍ୱ ରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବିଦ୍ୟାଳୟ ତରଫରୁ ଅତିଥି ଙ୍କୁ ବୃକ୍ଷ ପ୍ରଦାନ ସହ ଉଦୁଘାଟନ କରିବା ସହିତ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ର, ଛାତ୍ରୀ ଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ଥିତି ସୁଦୃଢ କରାଯିବା ଉଚିତ ବୋଲି କହିଥିଲେ। ବୁଧବାର ଅପରାହ୍ନ ରେ ପୁରୀ ଜିଲ୍ଲା କାକଟପୁର ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଶିଳ୍ପ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର, ମୁଖ୍ୟ ବକ୍ତା ଜିଲ୍ଲା ପ୍ରକଳ୍ପ ବିତ୍ତ ଅଧିକାରୀ ବିଚିତ୍ରାନନ୍ଦ ଜେନା, ସଂମ୍ମାନିତ ଅତିଥି ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ବ୍ରହ୍ମାନନ୍ଦ କାଣ୍ଡି, କାକଟପୁର ସରପଞ୍ଚ ଅଭୟ କାଣ୍ଡି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୀନା ଲତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଜେନା କହିଥିଲେ ଯେଉଁ ଛାତ୍ର ନିଜ ଭିତରେ ଏକାଗ୍ରତା, ଅଧ୍ୟ୍ୟବସାୟ ଓ ଦୃଢ଼ ସଂକଳ୍ପ ରଖି ଛାତ୍ର ଜୀବନରୁ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୁଏ, ଦିନେ ନାଁ ଦିନେ ସିଏ ସଫଳତାର ଶୀର୍ଷରେ ପହଞ୍ଚେ ବୋଲି ମତଦେଇଥିଲେ।ସଂମ୍ମାନିତ ଅତିଥି ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ବ୍ରହ୍ମାନନ୍ଦ କାଣ୍ଡି ବକ୍ତବ୍ୟରେ କହିଥିଲେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା ସହିତ ବିଦ୍ୟାଳୟକୁ ଆଗକୁ ନେଇଥାଏ ବୋଲି କହିଥିଲେ। ଏହା ସହିତ ଶିଶୁ ଟି ମଣିଷ ପରି ମଣିଷ ଟିଏ ହେବା ପାଈଁ ତାର ପ୍ରଥମ ଗୁରୁ ନିଜ ମାଆ ପାଖରୁ ସଂସ୍କାର ଶିଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି କାକଟପୁର ସରପଞ୍ଚ ଅଭୟ କାଣ୍ଡି ବକ୍ତବ୍ୟରେ କହିଥିଲେ ଛାତ୍ର, ଛାତ୍ରୀ ମୋବାଇଲି ବ୍ୟବହାର କୁ ପରିଣାମ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇବା ସହିତ ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ଓ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସହଯୋଗ ପାଈଁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।ବିଦ୍ୟାଳୟ ସହଶିକ୍ଷକ ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ, ଅତିଥି ପରିଚୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ।୨୦୨୪-୨୫ମାଟ୍ରିକ ପରୀକ୍ଷା ରେ ଏ ୱାନ ପାଇଥିବା ଆଦ୍ୟା ଆହୁତି ନାୟକ, ରୁଦ୍ର ଭାନୁ ପରିଡା, ତ୍ରିନାଥ ସାହୁ ଙ୍କୁ ମୁଖ୍ୟ ଅତିଥି ସ୍ୱତନ୍ତ୍ର ସଚିବ ଜ୍ୟୋତି ରଞ୍ଜନ ମିଶ୍ର ମାନ ପତ୍ର ସହ ପ୍ରତ୍ୟେକ ଙ୍କୁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ବିଦ୍ୟାଳୟଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ ପ୍ରଦାନ କରିଥିଲେ। ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ବୁଧବାର ସନ୍ଧ୍ୟା ରେ ସ୍ୱାଗତ ସଙ୍ଗୀତ ସହ ବିଭିନ୍ନ ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ସହ ଶିକ୍ଷକ ଏମ୍ ଡି ସମରଉଦିନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ମାନସ କୁମାର ଦୀକ୍ଷିତି ଙ୍କ ସହ ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ।


